ଚାକିରି କରାଇ ଦେବା ନାଁରେ ଟଙ୍କା, ବାଇକ୍‌ ଧରି ଚମ୍ପଟ ମାରିଲା ଧୂର୍ତ୍ତ; ୧୫ଦିନ ପରେ ମାଡି ବସିଲା ପୁଲିସ୍

ଭୁବନେଶ୍ୱର ୩/୩: ଚାକିରି କରାଇ ଦେବାକୁ କହି ଜଣେ ଯୁବକଙ୍କ ଠାରୁ ଟଙ୍କା, ବାଇକ୍‌ ଓ ମୋବାଇଲ୍‌ ଧରି ଚମ୍ପଟ ମାରିଥିବା ଜଣେ ଧୂର୍ତ୍ତ ଯୁବକକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ତାଙ୍କ ନାମ ଦୀନଦୟାଲ ଦାସ(୧୯) । ଘର କଟକ ଆଠଗଡ଼ । ସେ ଭୁବନେଶ୍ୱର ବଡ଼ଗଡ଼ ଥାନା ଅନ୍ତର୍ଗତ ରବି ଟକିଜ ଛକ ଅଞ୍ଚଳରେ ରହୁଥିଲେ ।

ପୁଲିସ ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା କଣାସର ସୋମନାଥ ମହାରଣା ଖଣ୍ଡଗିରି ଅଞ୍ଚଳରେ ରହୁଥିଲେ । ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ତାଙ୍କର ଦୀନଦୟାଲ ସହ ଭେଟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଯୋଡ଼ି ହୋଇଥିଲା । ଦୀନଦୟାଲ ଏକ ଘରୋଇ କଂପାନୀରେ ଚାକିରି କରିଥିବା ସୋମନାଥଙ୍କୁ କହିଥିଲେ । ଦରକାର ପଡ଼ିଲେ ମୁଁ ତୁମକୁ ଉକ୍ତ କଂପାନୀରେ ଚାକିରି କରାଇ ଦେବି ବୋଲି କହିଥିଲେ । ଏଥିପାଇଁ କିଛି ଟଙ୍କା ଦରକାର ହେବ । ତୁମେ ଟଙ୍କା ଯୋଗାଡ଼ କରିଥାଅ, ମୁଁ ମାଗିଲେ ଦେବ । ଉତ୍ତମ ବନ୍ଧୁ ହେତୁ ଦୀନଦୟାଲଙ୍କ କଥାରେ ପଡ଼ି ସୋମନାଥ ଚାକିରି ପାଇଁ ଟଙ୍କା ଯୋଗାଡ଼ କରିଥିଲେ । ଗତମାସ ୧୫ ତାରିଖରେ ଦୀନଦୟାଲ ହଠାତ୍‌ ସୋମନାଥଙ୍କ ନିକଟରେ ପହଞ୍ଚି ୧୦ ହଜାର ଟଙ୍କା, ବାଇକ୍‌ ଓ ମୋବାଇଲ୍‌ ମାଗିଥିଲେ । କହିଥିଲେ ତୁମେ ଘରେ ଥାଅ, ମୁଁ ଟଙ୍କା ନେଇ କଂପାନୀରେ ଦେଇ ତୁମ ଚାକିରି ପକ୍କା କରି ଆସିବି ।

ବିଶ୍ୱାସରେ ସୋମନାଥ ୧୦ ହଜାର ଟଙ୍କା ବାଇକ୍‌ ଓ ମୋବାଇଲ ଦେଇଥିଲେ । ଦୀନଦୟାଲ ଟଙ୍କା ବାଇକ୍‌ ଓ ମୋବାଇଲ୍‌ ଧରି ଗଲେ ଯେ, ଆଉ ଫେରିଲେ ନାହିଁ । ସୋମନାଥ ଦୀନଦୟାଲଙ୍କ ମୋବାଇଲକୁ ଯେତେ ଯୋଗାଯୋଗ କଲେ ବି ତାହା ବନ୍ଦ ଥିଲା । ଦୁଇ ଦିନ ଅପେକ୍ଷା କରିବା ପରେ ସୋମନାଥ ଠକାମିର ଶିକାର ହୋଇଥିବା ଜାଣି ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଦୀନଦୟାଲକୁ ଧରିବା ପାଇଁ ଉକ୍ତ ମୋବାଇଲରେ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସୁଇଚ୍‌ଅଫ୍‌ ଦେଖାଇଥିଲା । ଗତକାଲି ଦୀନଦୟାଲ ମୋବାଇଲ ଅନ୍‌ କରିବା ପରେ ପୁଲିସ ଉକ୍ତ ମୋବାଇଲକୁ ଟ୍ରାକିଂ କରିଥିଲା । ତାହା ବଡ଼ଗଡ଼ ଅଞ୍ଚଳରେ ଦେଖାଇଥିଲା । ତେଣୁ ପୁଲିସ ସେଠାରେ ଚଢ଼ଉ କରି ଦୀନଦୟାଲକୁ ଗିରଫ କରିବା ସହ ତା’ ନିକଟରୁ ସୋମନାଥଙ୍କ ବାଇକ୍‌ ଓ ମୋବାଇଲ ଜବତ କରିଥିଲା । ଆଜି ଦୀନଦୟାଲଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

   ସମ୍ବନ୍ଧିତ ଖବର


ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌