ଓଲିଉଡର ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ଓ ଧମକ ଦେବା ଘଟଣା: ଅଭିଯୁକ୍ତକୁ ନୋଟିସ ଧରାଇ ଛାଡିଲା ପୁଲିସ

ଭୁବନେଶ୍ୱର,୨୯/୦୬: ଓଲିଉଡର ଅଭିନେତ୍ରୀ ପୁପୁଲ ଭୁୟାଁଙ୍କୁ ସୋସିଆଲ୍‌ ମିଡ଼ିଆରେ ଆଶ୍ଳୀଳ ମେସେଜ୍‌ କରିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ନ କରି ଛାଡ଼ିଦେଇଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ । ଗତକାଲିଠୁ ଥାନାରେ ଅଟକ ଥିବା ଅଭିଯୁକ୍ତ ତଥା ନକଲି ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କୁ ପୁଲିସ ସିଆର୍‌ପିସି ୪୧ ଧାରାରେ ନୋଟିସ୍‌ ଧରାଇ ଛାଡିଛି ।

ପୁଲିସ କହିଛି, ଅଭିଯୁକ୍ତଙ୍କୁ ଥାନାକୁ ଡକାଇ ଅଭିଯୋଗ ସମ୍ପର୍କରେ ଜେରା କରାଯାଇଥିଲା । ପୁପୁଲଙ୍କ ବିନା ଅନୁମତିରେ ସୁବ୍ରତ ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ତେବେ ସମ୍ପୃକ୍ତ ଅଭିନେତ୍ରୀଙ୍କୁ ଏମିତି କାହିଁକି ଅଶ୍ଲୀଳ ମେସେଜ୍‌ ଦେଉଥିଲେ, ଏହାର କାରଣ ତାଙ୍କଠାରୁ ପଚାରି ବୁଝିଥିଲା ପୁଲିସ । ଏପରି କାମରୁ ନିବୃତ୍ତ ରହିବାକୁ ତାଙ୍କୁ ତାଗିଦ୍‌ କରାଯାଇଥିଲା । ସୂଚନା ଥାଉ କି, ଦୁଇଦିନ ତଳେ ମହିଳା ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ ହୋଇଥିଲା । ଶୁକ୍ରବାର ଦିନ ମହିଳା ଥାନା ପୁଲିସ୍‌ ଘଟଣାର ତଦନ୍ତ କରି ଯୁବକଙ୍କୁ ଡାକି ଘଟଣା ସମ୍ପର୍କରେ ଜେରା କରିଥିଲା । ପରେ ଚନ୍ଦ୍ରଶେଖରପୁର ଥାନାକୁ ଘଟଣାଟି ଆସିବା ପରେ ପୁଲିସ ସୁବ୍ରତଙ୍କୁ ଅଟକ ରଖିଥିଲା ।

   ସମ୍ବନ୍ଧିତ ଖବର


୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା

ବହୁମୁଖୀ ପ୍ରତିଭାର ଅଧିକାରୀ ଦଙ୍ଗଲ ଗାର୍ଲ ସାନ୍ୟା ମାଲହୋତ୍ରା

ଟ୍ୟୁସନ୍‌ ନ କଲେ ଫେଲ୍‌ ହେବାର ଧମକ! ରିପୋର୍ଟ ତଲବ