ଏସ୍‌ଆଇ ପରିଚୟ ଦେଇ ଗାଁ ଦାଣ୍ଡରେ ଯୁବକକୁ ନିସ୍ତୁକ ମାଡ; ନକଲି ମହିଳା ପୁଲିସ ଗିରଫ

ଚମ୍ପୁଆ ୭/୧୧: ପୁଲିସିଆ ଥାଟ୍‌ରେ ଦୁଇ ଘଣ୍ଟା ଧରି ଗାଁ ଦାଣ୍ଡରେ ଚାଲିଥିଲା ହାଇ ପ୍ରୋଫାଇଲ ଜେରା । ପ୍ରେମ ପ୍ରତାରଣା ମାମଲାରେ ଜଡ଼ିତ ଥିବା କହି ଯୁବକଙ୍କୁ ଜବାବ ମଗାଯିବା ସହ ମଝିରେ ମଝିରେ ହେଉଥାଏ ବିଧା, ଗୋଇଠା ମାଡ଼। ପୁରୀ ଥାନା ଏସ୍‌ଆଇ ପରିଚୟ ଦେଇଥିବା ଜନୈକ ମହିଳାଙ୍କ ଉଗ୍ରରୂପ ସମସ୍ତଙ୍କୁ ଚୁପ୍‌ କରି ଦେଇଥିଲା । ମାତ୍ର ବେଶି ସମୟ ତିଷ୍ଠି ନଥିଲା ମହିଳାଙ୍କ ନକଲି ପୁଲିସଗିରି। କିଛି ଯୁବକ ସନ୍ଦେହରେ ଏ ସଂପର୍କରେ ସ୍ଥାନୀୟ ପୁଲିସକୁ ଜଣାଇଥିଲେ। ଆଉ ପୁଲିସ ଆସିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଥିଲା।

ନକଲି ପୁଲିସ ସାଜିଥିବା ମହିଳା ହେଲେ ଦେବକୀ ମହାନ୍ତ (୩୦)। ଦେବକୀ ବିବାହିତା ଏବଂ ତାଙ୍କ ବାପଘର ଭଅଁରପୁର, ଶାଶୂଘର ଅନ୍ଧାରିଖମଣ। ଦେବକୀ ସହ ଥିବା ଆଉ ଜଣେ ସହଯୋଗୀକୁ ପୁଲିସ ଅଟକ ରଖିଛି। ମାଡ଼ ଖାଇଥିବା ପ୍ରହ୍ଲାଦ ମହାନ୍ତ ଥାନାରେ ଏତଲା ଦେବା ପରେ ପୁଲିସ ମହିଳାଙ୍କୁ ଗିରଫ କରିଛି। ପୁରୀ ଥାନା ଏସ୍‌ଆଇ ପରିଚୟ ଦେଇ ଦେବକୀ ମହାନ୍ତ ମଙ୍ଗଳବାର ମଙ୍ଗଳପୁର, ଜଗନ୍ନାଥପୁର ଓ ଅଢ଼ଙ୍ଗାପାଳକୁ ଟାର୍ଗେଟ କରି ପହଞ୍ଚିଥିଲେ। ପୂର୍ବ ଦୁଇଟି ସ୍ଥାନରେ ବିଫଳ ହେବା ପରେ ଝୁମ୍ପୁରା ଅଞ୍ଚଳର ଜଣେ ଯୁବକଙ୍କ ସହ ଅଢଙ୍ଗାପାଳ ଗାଁରେ ପହଞ୍ଚିଥିଲେ। ପୁରୀର ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ତାକୁ ଗର୍ଭବତୀ କରି ଫେରାର ଥିବା ମାମଲାରେ ସ୍ୱର୍ଗତ ବସନ୍ତ ମହାନ୍ତଙ୍କ ଆଇଟିଆଇ ପଢୁଆ ପୁଅ ପ୍ରହ୍ଲାଦକୁ ଘୋଷାଡି ଆଣି ଜେରା କରିଥିଲେ।

ମହିଳା ପୁଲିସଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କିଛି ଲୋକଙ୍କୁ ସନ୍ଦେହଜନକ ଲାଗିଥିଲା। କିଛି ଯୁବକ ଉକ୍ତ ଯୁବତୀଙ୍କୁ ପୁଲିସ ଆଇଡେଣ୍ଟି କାର୍ଡ ଦେଖାଇବା ପାଇଁ କହିବା ସହ ୟୁନିଫର୍ମରେ କାହିଁକି ଆସିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ପ୍ରହଲ୍ଲାଦଙ୍କୁ ଗିରଫ କରି ନେଇଯିବା ପାଇଁ ନାଟକ କରନ୍ତେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଚମ୍ପୁଆ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଚମ୍ପୁଆ ପୁଲିସ ପୁରୀ ଥାନା ସହ ଯୋଗାଯୋଗ କରିବା ପରେ ପ୍ରକୃତ ସତ ପଦାକୁ ଆସିଥିଲା।

   ସମ୍ବନ୍ଧିତ ଖବର


ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା

ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ

ଆଜି ମହାପ୍ରଭୁଙ୍କ ବାମନ ବେଶ

ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ