ତୀର୍ଥଯାତ୍ରୀ ବସ୍‌ରୁ ଅର୍ଥ ଲୁଟ୍‌ ମାମଲାରେ ନକଲି ଏମ୍‌ଭିଆଇ, ଆର୍‌ଟିଓ ସମେତ ୫ ଗିରଫ

ଜଳେଶ୍ୱର ୧୫/୯: ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ବାଣିଜ୍ୟ ତନଖି ଫାଟକ ଉଚ୍ଛେଦ ହୋଇଥିଲେ ମଧ୍ୟ ଏବେ ବି ପ୍ରତିଦିନ ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ଚାଲିଛି ବ୍ୟାପକ ଚାନ୍ଦା ଆଦାୟ । ଆଜି ୪ଟି ଟୁରିଷ୍ଟ ବସ୍‌ଠାରୁ ନକଲି ଆର୍‌ଟିଓ ଏବଂ ଏମ୍‌ଭିଆଇ ନାମରେ ବ୍ୟାପକ ଅର୍ଥ ଆଦାୟ ସହ ଟୁରିଷ୍ଟ ବସ୍‌ର ପାସେଞ୍ଜର ଓ ଡ୍ରାଇଭରଙ୍କୁ ମାଡମାରି ଆହତ କରିଥିବାରୁ ସେମାନେ ଜାତୀୟ ରାଜପଥରେ ଧାରଣାରେ ବସିବା ସହ ରାସ୍ତା ଅବରୋଧ କରିଥିଲେ । ଉପାନ୍ତ ଟୋଲପ୍ଲାଜା ଲକ୍ଷ୍ମଣନାଥରେ ଏପରି ଘଟଣା ଚାଲିଥିବାରୁ ଜଳେଶ୍ୱର ପୁଲିସ୍‌ ପହଞ୍ଚି ୫ଜଣଙ୍କୁ ଗିରଫ କରିଛି ।

ଆଜି ବିହାରର ଦରଭଂଗା, ମୁଜାଫରପୁର, ସୀତାମାଢ଼ୀ, ସାନହାସ୍‌ ଜିଲ୍ଲାର ପ୍ରାୟ ୨୦୦ ତୀର୍ଥଯାତ୍ରୀ ୪ଟି ବସ୍‌ରେ ପୁରୀ ଆସୁଥିଲେ । ସମସ୍ତେ ଜଗନ୍ନାଥ ଦର୍ଶନ ଲାଗି ସାଗର ଦୀପରୁ ଆସି ଭୋର୍‌ ୬ଟାରେ ୬୦ନଂ ଜାତୀୟ ରାଜପଥର ଉପାନ୍ତ ଟୋଲପ୍ଲାଜା ଲକ୍ଷ୍ମଣନାଥରେ ପହଞ୍ଚିଥିଲେ । ଟୋଲ ପ୍ଲାଜା ନିକଟସ୍ଥ ଏକ ପାନ ଦୋକାନରୁ ୬ଜଣ ଯୁବକ ବାହାରି ଆସି ବସ୍‌ଗୁଡ଼ିକୁ ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବସ୍‌ଗୁଡ଼ିକର ଡ୍ରାଇଭରମାନଙ୍କୁ ଆଗରେ ଏମ୍‌ଭିଆଇ ଓ ଆର୍‌ଟିଓ ଗାଡ଼ି ଚେକ୍‌ କରୁଛନ୍ତି, କାଗଜପତ୍ର ଦିଅ ବୋଲି କହିଥିଲା । ଏଥିରେ କିଛି ଯାତ୍ରୀ ଉତ୍ତ୍ୟକ୍ତ ହୋଇ ଯୁବକଙ୍କ ପରିଚୟପତ୍ର ମାଗିଥିଲେ । ଫଳରେ ନିକଟରେ ଥିବା ଅନ୍ୟ ଯୁବକମାନେ ଆସି ମାର୍‌ପିଟ୍‌ ଆରମ୍ଭ କରିଥିଲେ ।

ଏଥିରେ ଡ୍ରାଇଭର ଅଶୋକ କୁମାର ସିଂ (୫୦) ଓ ରାମରତି ଦେବୀ(୩୫) ଆହତ ହୋଇଥିଲେ । ଆହତଙ୍କୁ ସ୍ଥାନୀୟ ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟଯାତ୍ରୀମାନେ ଟୋଲପ୍ଲାଜା ସମ୍ମୁଖ ରାଜପଥକୁ ଅବରୋଧ କରିଥିଲେ । ଲୁଟେରା ୬ ଜଣଙ୍କ ସହ ଯାତ୍ରୀମାନଙ୍କର କିଛି ସମୟ ଧରି ବାକ୍‌ବିତଣ୍ଡା ଓ ଠେଲାପେଲା ହୋଇଥିବା ଦୃଶ୍ୟ ଟୋଲ ପ୍ଲାଜାର ସିସିଟିଭି ଫୁଟେଜରୁ କଏଦ ହୋଇଛି । ଜଣେ ମହିଳାଙ୍କ ମୋବାଇଲ ଛଡାଇ ଭାଙ୍ଗିିବା, ଅନ୍ୟଜଣେ ମହିଳାଙ୍କ ସୁନାହାର ଛିନ୍‌ତାଇ କରିବା ଓ ୧୦ ହଜାର ଟଙ୍କା ସେମାନଙ୍କ ନିକଟରୁ ଛଡ଼ାଇ ନେବା ଇତ୍ୟାଦି ଜଳେଶ୍ୱର ପୁଲିସ୍‌ ନିକଟରେ ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାସ, ଆଇଆଇସି ପ୍ରଦୀପ ମାଝୀ ଓ ଅନ୍ୟାନ୍ୟ ଅଧିକାରୀମାନେ ପହଞ୍ଚିି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ନାଙ୍ଗୁଡସାହୀ ଗ୍ରାମର ଜୀବନ କୁମାର ଜେନା (୨୯), ତପନ କୁମାର ଜେନା (୨୬), ବାସୁଦେବ ସେଠୀ (୨୭), ରାମଚନ୍ଦ୍ରପୁର ଗାଁର ମାନିକ ସାମଲ (୪୪), ପଶ୍ଚିମବଙ୍ଗର ଦାନ୍ତୁନଥାନା ଅନ୍ତର୍ଗତ ସୁନାକଣିଆ ଗାଁର ଅରିନ୍ଦମ ମହାନ୍ତି(୨୭) । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଜଳେଶ୍ୱର ଏସ୍‌ଡିପିଓ ଆନ୍ଦୋଳନକାରୀଙ୍କ ସହିତ କଥାବାର୍ତ୍ତା ଓ ବୁଝାସୁଝା କରିବାପରେ ଦୀର୍ଘ ୪ ଘଣ୍ଟାପରେ ପୂର୍ବାହ୍ନ ୧୦ଟାରେ ରାସ୍ତା ଅବରୋଧ ହଟିଥିଲା ।

   ସମ୍ବନ୍ଧିତ ଖବର


ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…

ରୋଗୀଙ୍କ ପାଇଁ ସୁରକ୍ଷିତ ନୁହେଁ ହସ୍ପିଟାଲ ICU ; ଭେଣ୍ଟିଲେଟରରେ ଥାଇବି ଦୁଷ୍କର୍ମର ଶିକାର ହେଲେ ଯୁବତୀ…

ହସ୍ପିଟାଲର ଆଇସିୟୁ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତୁକୁ ଧରିବାକୁ ସିସିଟିଭ ଯାଞ୍ଚ କରୁଛି ପୁଲିସ

ସମ୍ପର୍କରେ କଳଙ୍କ: ବିଧବାଙ୍କୁ ଦୁଷ୍କର୍ମ କଲା ଦେଡ଼ଶୁର

ଆଇପିଏଲ୍‌ ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ