PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ସତରେ କ’ଣ ୧୦ କୋଟି ୟୁଜର୍ସଙ୍କୁ ଫ୍ରି ଇଣ୍ଟରନେଟ୍ ଦେଉଛନ୍ତି କେନ୍ଦ୍ର ସରକାର ?

ନୂଆଦିଲ୍ଲୀ ୧/୬: ଆଜିର ସମୟରେ ସୋସିଆଲ ମିଡିଆ ସୂଚନାର ଏକ ବଡ ମାଧ୍ୟମ ପାଲଟିସାରିଛି । କିନ୍ତୁ ଏହି ମାଧ୍ୟମର ବିଶ୍ୱସନୀୟତା ଲଗାତର କମିବାରେ ଲାଗିଛି । ଏହାର କାରଣ ଭ୍ରମାତ୍ମକ ସୂଚନା ଏବଂ ଗୁଜବ । ଏମିତି ଏକ ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ  ହେବାରେ ଲାଗିଛି । ଭାଇରାଲ ମେସେଜରେ କୁହାଯାଉଛି କି କେନ୍ଦ୍ର ସରକାର ୧୦ କୋଟି ୟୁଜର୍ସଙ୍କୁ ଫ୍ରି ଇଣ୍ଟରନେଟ୍ ଦେବାକୁ ଯାଉଛନ୍ତି ।

ଏନେଇ ସରକାରଙ୍କ ସ୍ଥିତି ସ୍ପଷ୍ଟ କରାଯାଇଛି । PIB Fact Check ଟିମ ତରଫରୁ ସ୍ପଷ୍ଟ କରାଯାଇଛି କି ଏହା ଫେକ୍ ମେସେଜ ଅର୍ଥାତ୍ ସରକାରଙ୍କ ଏମିତି କୌଣସି ଯୋଜନା ନାହିଁ ଯେ ସେ ଫ୍ରି ଇଣ୍ଟରନେଟ୍ ଦେବେ । PIB ଟ୍ୱିଟ୍ କରି ଲେଖିଛି ଯେ ହ୍ୱାଟ୍ସଆପ ମେସେଜରେ କୁହାଯାଇଛି ଯେ ଭାରତ ସରକାର ୩ ମାସ ପାଇଁ ୧୦୦ ମିଲିୟନ୍ ଗ୍ରାହକଙ୍କୁ ମାଗଣାରେ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରୁଛନ୍ତି । ତେବେ ଏହା ସ୍ପଷ୍ଟ ହୋଇଛି ଯେ ସରକାରଙ୍କ ଦ୍ୱାରା ଏମିତି କୌଣସି ଘୋଷଣା କରାଯାଇନି । ଏମିତି ଫର୍ଜି ୱେବସାଇଟରୁ ସତର୍କ ରୁହନ୍ତୁ ।