ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ନକଲି ମସଲା କାରାଖାନାରେ ଚଢାଉ

ଜଗତପୁର, ୨୨।୧ ଜଗତପୁର ସ୍ଥିତ ସମୀକ୍ଷା ନଗରରେ ଜଗତପୁର ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନକଲି ମସଲା କାରଖାନାରେ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ବିଭିନ୍ନ ପ୍ରକାରର ଅପମିଶ୍ରିତ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ଦେଖିବାକୁ ମିଳିଛି । ଦୀର୍ଘ ୨ବର୍ଷ ହେବ ଏହି ଅପମିଶ୍ରିତ କାରଖାନାଟି ଏକ ବିଲ୍ଡିଂରେ  କବାଟ ବନ୍ଦ କରି ଚାଲୁ ରହିଥିଲା ।

ବିଶେଷ ସୂତ୍ରରୁ ଖବର ପାଇ ଜଗତପୁର ପୋଲିସ ଚଢ଼ାଉ କରିଥିଲା । ମୁଖ୍ୟତଃ ଓରିମିକ୍ସ ବ୍ରାଣ୍ଡର ପ୍ୟାକେଟରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ୟାକିଙ୍ଗ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯାଉଥିଲା । ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କଞ୍ଚାମାଲ ସହିତ ବ୍ୟବହୃତ ହେଉଥିବା ପଲିଥିନ ଓ ବହୁତ ଯନ୍ତ୍ରାଂଶ କୁ ପୋଲିସ ଜବତ  କରିଛି।

 ୨୦୧୮ ପରଠାରୁ ସମ୍ପୃକ୍ତ କାରଖାନାର ଖାଦ୍ୟ ନିରାପତ୍ତା ପଞ୍ଜିକରଣ ପତ୍ର ଶେଷ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଇ ପୁରୁଣା ପଞ୍ଜିକରଣରେ ବ୍ୟବସାୟୀ ଚାଲୁ ରହିଛି । ଜଗତପୁର ପୋଲିସ ସମ୍ପୃକ୍ତ କାରଖାନାର ମାଲିକଙ୍କୁ  ଅଟକ ରଖି ବେଆଇନ ବ୍ୟବସାୟର ଖୋଳତାଡ଼ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.