PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଭାରତରେ ପିଲାଙ୍କ ଟ୍ୟୁସନରେ ଖର୍ଚ୍ଚ ହେଉଛି ୨୫ ହଜାର କୋଟି

ନୂଆଦିଲ୍ଲୀ ୦୯/୦୮: ଭାରତରେ ଅଭିଭାବକମାନେ ପିଲାଙ୍କ ଘରୋଇ ଟ୍ୟୁସନ ପାଇଁ ବର୍ଷକୁ ପ୍ରାୟ ୨୫,୦୦୦ କୋଟି ଟଙ୍କା ବ୍ୟୟ କରୁଛନ୍ତି । ୨୦୧୭-୧୮ ମସିହା ପାଇଁ ଶିକ୍ଷାବ୍ୟବସ୍ଥା ଉପରେ ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ ଦ୍ୱାରା କରାଯାଇଥିବା ଏକ ସର୍ଭେ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

ଏହି ରିପୋର୍ଟରେ କୁହାଯାଇଛି କି, ଉପରୋକ୍ତ ସର୍ଭେରେ କଲେଜ ସ୍ତରରେ ପ୍ରବେଶିକା ପରୀକ୍ଷା ଦେବା ପାଇଁ ପିଲାମାନଙ୍କୁ ଦିଆଯାଉଥିବା କୋଚିଂକୁ ସ୍ଥାନିତ କରାଯାଇନାହିଁ । କେବଳ ସ୍କୁଲରେ ପଢ଼ିବା ସମୟରେ ପିଲାମାନଙ୍କ ଘରୋଇ ଟ୍ୟୁସନ ପାଇଁ କରାଯାଉଥିବା ବ୍ୟୟକୁ ବିଚାରକୁ ନିଆଯାଇଛି । ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପାଇଁ କେନ୍ଦ୍ର ସରକାର ଦେଇଥିବା ବାର୍ଷିକ ଅନୁଦାନ ୫୯,୮୪୫ କୋଟି ଟଙ୍କାର ଏକ ତୃତୀୟାଂଶ ଠାରୁ ବି ଟ୍ୟୁସନ ବାବଦ ବ୍ୟୟ ଅଧିକ ହେଉଛି।

ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ପିଲାମାନଙ୍କ ଟ୍ୟୁସନ ପାଇଁ ଅଭିଭାବକମାନେ ୬,୦୦୦ କୋଟି ଲେଖାଏଁ ଖର୍ଚ୍ଚ କରୁଥିଲାବେଳେ ଉଚ୍ଚ ପ୍ରାଥମିକ ସ୍ତରରେ ଟ୍ୟୁସନ ପାଇଁ ୫,୪୦୦ କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାଧ୍ୟମିକ ସ୍ତରରେ ସବୁଠାରୁ ଅଧିକ ୩୦% ଘରୋଇ ଟ୍ୟୁସନ ହେଉଥିଲାବେଳେ ପ୍ରତି ପିଲା ପାଇଁ ଅଭିଭାବକମାନେ ବର୍ଷକୁ ହାରାହାରି ୧୬୩୨ ଟଙ୍କା ବ୍ୟୟ କରୁଛନ୍ତି । ଉଚ୍ଚ ମାଧ୍ୟମିକ ସ୍ତରରେ ପ୍ରତି ପିଲା ପାଇଁ ବାର୍ଷିକ ହାରାହାରି ୨୫୧୬ ଟଙ୍କା ବ୍ୟୟ କରାଯାଉଛି । ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରତି ପିଲା ପାଇଁ ହାରାହାରି ୮୪୫ ଟଙ୍କା ଏବଂ ପ୍ରାଥମିକ ସ୍ତରରେ ପ୍ରତି ପିଲା ପାଇଁ ୫୦୨ ଟଙ୍କା ବ୍ୟୟ କରାଯାଉଛି । ଭାରତରେ ଅଭିଭାବକମାନେ ସ୍କୁଲ ଶିକ୍ଷା ପାଇଁ ବର୍ଷକୁ ମୋଟ ୧.୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାର ଅଧା ଅର୍ଥ ସ୍କୁଲ ଫି’ ଆକାରରେ ଦିଆଯାଉଛି । ଏହାର ୨୦% ରୁ ସାମାନ୍ୟ ଅଧିକ ଅର୍ଥ ବହି କିଣିବା ପାଇଁ ଉପଯୋଗ କରାଯାଉଛି ।

ସମ୍ବନ୍ଧିତ ଖବର