PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଛୁଆର ଖୁସି ପାଇଁ ବାପା-ମା’ ବଜାରରୁ ଘରକୁ କିଣି ଆଣିଥିଲେ ସୁନ୍ଦର କଣ୍ଢେଇ, ହେଲେ କଣ୍ଢେଇ ଭିତରେ ଲୁଚି ରହିଥିଲା ଏମିତି ରହସ୍ୟ…

ନୂଆଦିଲ୍ଲୀ: ଯଦି ଘରେ ଛୋଟ ପିଲା ଅଛନ୍ତି ତ, ତେବେ ଅନେକ ନୂଆ ଏବଂ ପୁରୁଣା ଖେଳନା ରହିଥିବ ନିଶ୍ଚୟ । ସାଧାରଣତ ପିତାମାତା କିମ୍ବା ପିଲାମାନଙ୍କୁ ଦୋକାନରେ ଯେଉଁ ଖେଳନା ପସନ୍ଦ ହୋଇଥାଏ, ତାହା କିଣା ଯାଇଥାଏ । ଆଉ ଏମିତି ବି ଦୋକାନ ଭିତରେ କିଏ ବା ଖେଳନାକୁ ଖୋଲିକରି ଦେଖିଥାଏ । ସେହିଭଳି ଆମେରିକାର ଆରିଜୋନାରେ ରହୁଥିବା ଏକ ଦମ୍ପତି ନିଜ ଝିଅର ଖୁସି ପାଇଁ ଏକ ଗ୍ଲୋ ୱର୍ମ ଡଲ୍ କିଣିଥିଲେ । କିନ୍ତୁ ସେହି ଖେଳଣା ସମସ୍ତଙ୍କ ନୀଦ ହଜାଇ ଦେଇଥିଲା ।

ଆମେରିକାର ଆରିଜୋନା ସ୍ଥିତ ଫିନିକ୍ସରେ ରହୁଥିବା ଏକ ଦମ୍ପତି ନିଜ ଝିଅ ପାଇଁ ଏକ ସୁନ୍ଦର ସବୁଜ ରଙ୍ଗର କଢେଇ ବା ଡଲ୍ କିଣିଥିଲେ । ଯେତେବେଳେ ଝିଅଟି ଖେଳିବା ପରେ ଦମ୍ପତ୍ତି ଡଲ୍ ବା କଣ୍ଢେଇଟିକୁ ଧୋଇଥିଲେ, ସେଥିରୁ କିଛି ବାହାରିଲା । ଯାହାକୁ ଦେଖି ତାଙ୍କ ନୀଦ ହଜିଯାଇଥିଲା । ସେହି ଗ୍ଲୋ ୱର୍ମ ଡଲ୍ ଭିତରେ ଏକ ସାଣ୍ଡୱିଚ୍ ବ୍ୟାଗ୍ ଥିଲା । ସେହି ବ୍ୟାଗରେ ବହୁ ପରିମାଣର ଡ୍ରଗ୍‌ସ ଥିବାରୁ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ।

ଡଲ ଭିତରେ ଲୁଚି ରହିଥିବା ଡ୍ରଗ୍ସ୍‌ର ବଟିକା ଦେଖିବା ମାତ୍ରେ ସେମାନେ ଡରି ଯାଇଥିଲେ। ସେ ସଙ୍ଗେ ସଙ୍ଗେ ଫିନିକ୍ସ ପୋଲିସ ସହିତ ଯୋଗାଯୋଗ କରି ସେମାନଙ୍କୁ ଏହି ବିଷୟରେ ଜଣାଇଥିଲେ । ଦମ୍ପତି କହିଛନ୍ତି ଯେ ସେ ଏହି ଖେଳନାକୁ ଏଲ୍ ମିରାଜରେ ଅବସ୍ଥିତ ଏକ ଦୋକାନରୁ କିଣିଛନ୍ତି । ଏହାକୁ ଧୋଇବା ପରେ ସେମାନେ ଜାଣିବାକୁ ପାଇଲେ ଯେ ଫେଣ୍ଟାନିଲ୍ ନାମକ ଡ୍ରଗ୍ ବଟିକା ଅଛି । ବ୍ୟାଗ ଭିତରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୫୦୦୦ ବଟିକା ବାହାରିଥିଲା । ଡଲ ଭିତରେ ଡ୍ରଗ୍ସ ପାଇବା ପରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବର୍ତ୍ତମାନ, ଡଲ୍ ଭିତରେ ଏତେ ପରିମାଣର ଡ୍ରଗ୍ସର ଗୁଳି କେଉଁଠୁ ଆସିଛି ସେନେଇ ଅନୁସନ୍ଧାନ ଚାଲିଛି ।

ସମ୍ବନ୍ଧିତ ଖବର