PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଶାଳକର ଯୌନାଙ୍ଗଙ୍କୁ ପନିକିରେ କାଟିଦେଲା ଭିଣୋଇ

ନୀଳଗିରି ୩୧/୧୨: ସାନ ଶାଳକର ଯୌନାଙ୍ଗ କାଟି ଦେଲେ ଭିଣୋଇ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ସଜନାଗଡ଼ ପଞ୍ଚାୟତ କୁସୁମିଆ ଗ୍ରାମରେ । ଏହି ଗ୍ରାମର ଗଜେନ୍ଦ୍ର ଖାଲପାଳିଆଙ୍କ ଝିଅ ସୁମତିଙ୍କୁ ସେହି ଗାଁର ରାଜେନ୍ଦ୍ର ରଣାସିଆଙ୍କ ପୁଅ କହ୍ନେଇ ବିବାହ କରିଥିଲେ । ସୋମବାର ତାଙ୍କ ସାନ ଶାଳକ ରାଜୁ ଖାଲପାଳିଆଙ୍କ ସହ ବନ୍ଧସାହି ନିକଟରେ ପାରିବାରିକ କଥାକୁ ନେଇ ବଚସା ହୋଇଥିଲା ।

ଏଥିରେ ଉତ୍‌କ୍ଷିପ୍ତ ହୋଇ କହ୍ନେଇ ଏକ ପନିକି ଧରି ରାଜୁକୁ ଗୋଡ଼ାଇଥିଲେ । ଭୟରେ ବୁଧିରାମ ସିଂଙ୍କ ଘରେ ଲୁଚି ଯାଇଥିଲା ରାଜୁ । ପ୍ରଥମେ ରାଜୁର ବାଇକ୍‌ଟିକୁ ଭଙ୍ଗାରୁଜା କରଥିଲା କହ୍ନେଇ । ପରେ ପନିକିରେ ରାଜୁର ଯୌନାଙ୍ଗ କାଟି ଦେଇଥିଲା । ରାଜୁଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି ।