ପତ୍ନୀ ବାପା ଘରୁ ଆସିବାକୁ ରାଜି ହେଲେନି ବୋଲି ଏମିତି କାଣ୍ଡ କଲେ ସ୍ୱାମୀ …

ଦମୋହ– ମଧ୍ୟପ୍ରଦେଶର ଦମୋହରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ସନକୁଇୟା ଗାଁରେ ଜଣେ ବ୍ୟକ୍ତି ନିଜର ଶ୍ୱଶୁର ଓ ଶାଳୀଙ୍କୁ ମାରି ଦେଇଛନ୍ତି । ଆଉ ତାଙ୍କର ପତ୍ନୀଙ୍କର ଅବସ୍ଥା ମଧ୍ୟ ଗୁରୁତର ରହିଛି । ଏହି ଘଟଣା ପରେ  ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୁଲିସ୍‌ କହିଛି କି ଏହି ଅଘଟଣ ସଂପୃକ୍ତ ବ୍ୟକ୍ତିଙ୍କର ପତ୍ନୀ ଶ୍ୱଶୁର ଘର ନଯିବା ଯୋଗୁଁ ହୋଇଛି ।  

ସୂଚନା ମୁତବାକ, ସନକୁଇୟା ଗାଁରେ ରହୁଥିବା  ଦ୍ରୌପଦୀ ଅହିରବାଲଙ୍କର ବିବାହ ବର୍ଷେ ପୂର୍ବେ ପନ୍ନା ଜିଲ୍ଲାର ସିମରିୟା ଥାନାର ଏକ ଗାଁରେ ହୋଇଥିଲା । ବିବାହ ପରେ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ କାରଣରୁ ଦ୍ରୌପଦୀ ନିଜର ବାପା ଘର ସନକୁଇୟାରେ ରହୁଥିଲେ। ପତି ବୁଟିୟା ଅହିରବାଲା ଅନେକ ଥର ପତ୍ନୀଙ୍କୁ ନେବା ପାଇଁ ଆସୁଥିଲେ ଏବଂ ଯେବେ ସେ ଶ୍ୱଶୁର ଘର ଯିବାକୁ ମନା କଲେ ମଙ୍ଗଳବାର ରାତିରେ ତାଙ୍କ ସ୍ୱାମୀ ଏଭଳି କାଣ୍ଡ ଭିଆଇ ଥିଲେ ।

ବୁଟିୟା ନିଜର ପତ୍ନୀକୁ ଆଣିଥିବା ଛୁରୀରେ ଆକ୍ରମଣ କରିଥିଲେ । ତାଙ୍କୁ ବଞ୍ଚାଇବାକୁ ତାଙ୍କର ପିତା ଓ ଶାଳୀ ଆସିବା ବେଳେ , ବୁଟିୟା ଅଧିକ କ୍ରୋଧାନ୍ୱିତ ହୋଇ ସେମାନଙ୍କୁ ଆକ୍ରମଣ କରି ଫେରାର୍‌ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଦୌପଦୀଙ୍କ ପିତା ଓ ଭଉଣୀଙ୍କ ମୃତ୍ୟୁ ହୋଇଥିଲା ।  ଗମ୍ଭୀର ଅବସ୍ଥାରେ ଦୌପଦୀ  ଦମୋହର ଜିଲ୍ଲା  ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଉକ୍ତ ହତ୍ୟାକାଣ୍ଡ ପରେ ଜିଲ୍ଲାର ଏସ୍‌ପି ଓ ଆଡିସ୍‌ନାଲ୍‌ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରିଥିଲେ । ବିଳମ୍ୱିତ ରାତିରେ ଅଭିଯୁକ୍ତ ବୁଟିୟାକୁ ପୁଲିସ୍ ଗିରଫ କରିଥିଲା ।

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

ନୂଆଖାଇ ଭେଟଘାଟ ବେଳେ ହତ୍ୟାକାଣ୍ଡ: ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ୨ଗିରଫ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ