ଘରୋଇ କଳିର କରୁଣ ପରିଣତି: ବିଷ ଖାଇ ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର

ବୁର୍ଲା ୧୬/୩: ଘରୋଇ ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଏକା ସାଙ୍ଗରେ ବିଷ ଖାଇ ଦେଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ତ୍ରୀର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ସମ୍ୱଲପୁର ଜିଲ୍ଲା କତରବଗା ଥାନା ଲଇଡ଼ା ପଞ୍ଚାୟତ ରୁକିଡିହି ଗ୍ରାମର ସୁବେକ ମହାନନ୍ଦିଆଙ୍କ ସ୍ତ୍ରୀ ବୈଦେହୀ (୪୫) । ସ୍ୱାମୀ ସୁବେକ ଓ ବଡ଼ପୁଅ ସୁଶାନ୍ତ ଚିକିତ୍ସିତ ହେଉଛନ୍ତି ।

ସୂଚନା ମତେ ଦୁଇଦିନ ପୂର୍ବରୁ ପରିବାର ମଧ୍ୟରେ କୌଣସି କାରଣକୁ କେନ୍ଦ୍ର କରି ଝଗଡ଼ା ହୋଇଥିଲା । କିଛି ସମୟ ପରେ ସବୁକିଛି ଠିକ୍‌ ହୋଇଥିଲା । କିନ୍ତୁ ମନ ଭିତରେ ରହିଥିଲା ରାଗ । ଗତକାଲି ମଧ୍ୟାନ୍ନ ଭୋଜନ ଖାଇବା ପରେ ବୈଦେହୀଙ୍କ ସାନ ପୁଅ ପ୍ରଶାନ୍ତ କୌଣସି କାମ ପାଇଁ ଘରୁ ବାହାରକୁ ଯାଇଥିଲେ । ଏହି ସମୟରେ ବୈଦେହୀ, ତାଙ୍କ ବଡ଼ପୁଅ ସୁଶାନ୍ତ ଓ ସୁବେକ ବିଷ ଖାଇ ଦେଇଥିଲେ । ଖବରପାଇ ସାନପୁଅ ପ୍ରଶାନ୍ତ ଘରକୁ ଆସି ଏକ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବୁର୍ଲା ମେଡିକାଲ ଆଣିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବୈଦେହୀଙ୍କ ମୃତ୍ୟୁ ଘଟିଛି । ମୃତ ଦେହକୁ ମେଡିକାଲ ପୁଲିସ୍‌ ଜବତ କରିବା ସହିତ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅସୁସ୍ଥ ବାପ-ପୁଅ ବୈଦେହୀଙ୍କ ଶବ ଗାଁକୁ ନେଇ ଅନ୍ତିମ ସତ୍କାର କରିବା ପରେ ପୁଣି ଡାକ୍ତରଖାନାକୁ ଆସି ଭର୍ତ୍ତି ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ପୁଣି କଳା ପଲସର ଆତଙ୍କ : ଗୁଳି ଫୁଟାଇ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା

ଉଗ୍ରରୂପ ନେଲା ପାରିବାରିକ କଳହ : ହତ୍ୟା ପରେ ଯୁବକଙ୍କୁ ସ୍ତ୍ରୀ ଏବଂ ପୁଅ-ଝିଅ ପୋଡି ଦେଇଥିବା ଅଭିଯୋଗ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ