ପାରିବାରିକ କଳହର କରୁଣ ପରିଣତି; ଯୁବକଙ୍କୁ ବାଇକ୍‌ରେ ବାନ୍ଧି କଲେ ଅପହରଣ

କଣିହାଁ,୨୪ା୪(ଆପ୍ର): ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ କମରେଈ ପଞ୍ଚାୟତ ଦଣ୍ଡସିଂହା ଗ୍ରାମରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାରିବାରିକ କଳହର କରୁଣ ପରିଣତି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ଏକ ସପ୍ତାହ ତଳେ ଏହି ଘଟଣା ଘଟିଥିଲା ବେଳେ ଦୁଇ ଦିନ ହେଲା ଏ ଘଟଣା ଲୋକଲୋଚନକୁ ଆସିଛି, ମୋବାଇଲ୍‌ରେ ଉତ୍ତୋଳନ ହୋଇଥିବା ଏ ଭିଡିଓ ଏବେ ସ୍ଥାନୀୟ ଅଞ୍ଚଳରେ ଭାଇରାଲ୍‌ ହୋଇଛି । ସ୍ତ୍ରୀକୁ ମାଡ଼ ମାରିବାରୁ ସ୍ୱାମୀକୁ ଶ୍ୱଶୁର ଘର ଲୋକ ବାଇକ୍‌ରେ ବସ୍ତା ଭଳି ଅମାନବୀୟ ବାନ୍ଧି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପରେ ଅନୁସନ୍ଧାନରୁ ଏହା ଗତ ୧୬ ତାରିଖ ଘଟଣା ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଦଣ୍ଡସିଂହା ଗ୍ରାମର ଏହି ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ାର ପର ଦିନ ଅର୍ଥାତ ୧୬ ତାରିଖରେ ମହିଳାଙ୍କ ବାପ ଘର ଲୋକେ ଆସି ତାଙ୍କ ସ୍ୱାମୀଙ୍କୁ ମାର୍‌ପିଟ୍‌ କରିଥିଲେ । ର୍ର୍‌ପିଟ କରିବା ପରେ ଦୁଇଟି ବାଇକରେ ଆସିଥିବା ଦୁଇ ଶଳା ଓ ଶ୍ୱଶୁର ଜ୍ୱାଇଁଙ୍କୁ ଉଠାଇ ନେଇଥିଲେ ଅତି ଅମାନୁଷିକ ଭାବେ ହାତଗୋଡ଼ ବାନ୍ଧି ବସ୍ତା ଭଳି ବାଇକ୍‌ରେ ବାନ୍ଧି ଦେଇଥିଲେ । ବାଇକ୍‌ରେ ଏହି ଅପହରଣକୁ ନେଇ କେହି ସହୃଦୟ ବ୍ୟକ୍ତି ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପୁଲିସ ଗାଡି ଆସୁଥିବାର ଦୃଶ୍ୟ ଦେଖି ଶ୍ୱଶୁର ଘର ଲୋକେ ଯୁବକଙ୍କୁ ଖୋଲି ଦେଇଥିଲେ ।

ଘଟଣା ସ୍ଥଳରୁ ପୁଲିସ କଣିହାଁ ସିଏଚସିରେ ଭର୍ତ୍ତି କରିବା ସହିତ ଅଭିଯୁକ୍ତ ସାନ ଶଳାକୁ ଗୋଟିଏ ରାତି ଥାନାରେ ଅଟକ ରଖିଥିଲେ । ପରବର୍ତ୍ତୀ ସମୟରେ ପୁଲିସ ଚାପ ପକାଇ ଥାନାରେ ଏହି ମାମଲାକୁ ରଫାଦଫା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ପୀଡ଼ିତ ଯୁବକ ମାନସିକ ଭାରସାମ୍ୟ ହରାଇ ଘରେ ପଡି ରହିଛନ୍ତି । ବାଇକ୍‌ରେ ବନ୍ଧା ହୋଇ ନେଉଥିବାର ଫଟୋ ଓ ଭିଡ଼ିଓ ସଂଗ୍ରହ କରି ନିଜ ଫେସବୁକ୍‌ରେ ପୋଷ୍ଟ କରି ଘଟଣାକୁ ସମସ୍ତଙ୍କ ଦୃଷ୍ଟିକୁ ଆଣିଛନ୍ତି ନିର୍ଯାତିତ ଯୁବକ ।

   ସମ୍ବନ୍ଧିତ ଖବର


ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ କୋଟିପତି ଆକାଉଣ୍ଟାଣ୍ଟ

ମହଙ୍ଗା ପଡ଼ିଲା ଓଟିଭି ଜମି ଅନିୟମିତତା, ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ା ନିଲମ୍ବିତ

ଓଡ଼ିଆ ଝିଅକୁ ବାହା ହେବା ପାଇଁ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ବଲାଙ୍ଗିର ଆସି ଠକେଇର ଶିକାର ଦୁଇ ଯୁବକ -ଥାନା ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷାକଲେ ଯୁବତୀ

ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !

ସାଙ୍ଗକୁ ଧମକାଇ ତଡିଲେ, ପରେ ଶୂନଶାନ ସ୍ଥାନରେ ଆଦିବାସୀ ନାବାଳିକାକୁ ନେଇ ୪ଜଣ କଲେ ଗଣଦୁଷ୍କର୍ମ…

୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଚମ୍ପଟ ମାରିଲେ ମହିଳା, ବିଚରା ସ୍ୱାମୀ ଥାନାରେ କରୁଛି ଗୁହାରୀ