ମାଲକାନଗିରି: ମାଓ ଭୟରେ ଗାଁ ଛାଡିଲେ ପରିବାର

ମାଲକାନଗିରି ୧୪/୧: ପୁଣି ମାଓ ଭୟରେ ଗାଁ ଛାଡିଲେ ଗୋଟିଏ ପରିବାର । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କଟୁଆପଦରରେ ମାଓବାଦୀଙ୍କ ଭୟରେ ନିଜ ଭିଟାମାଟି ଛାଡିଛନ୍ତି ଏକ ପରିବାର । ଗୋଟିଏ ପରିବାର ଉପରେ ନକ୍ସଲମାନଙ୍କ ସନ୍ଦେହ ହୋଇଥିଲା କି ସେହି ପରିବାର ଲୋକେ ପୋଲିସକୁ ଖବର ଦେଉଛନ୍ତି । ଏହି ସନ୍ଦେହ ହିଁ ଏହି ପରିବାର ପାଇଁ ଏବେ କାଳ ସାଜିଛି । ନକ୍ସଲଙ୍କ ଇଙ୍ଗିତରେ ଗାଁରେ ପ୍ରଜାକୋର୍ଟ ବସି ଏହାର ବିଚାର କରାଗଲା । ସମସ୍ତଙ୍କ ସମ୍ମୁଖରେ ପ୍ରଜା କୋର୍ଟରେ ନିର୍ଦ୍ଧୁମ ମାଡ କରାଗଲା । ଧମକ ଦିଆଗଲା ତୁରନ୍ତ ଗ୍ରାମ ଛାଡି ଚାଲିଯାଅ । ନହେଲେ ସାରା ପରିବାରକୁ ମୃତ୍ୟୁ ଦଣ୍ଡ ମିଳିବ । ଶେଷରେ ଆତଙ୍କିତ ପରିବାର ଲୋକେ ଭୟରେ ଗାଁ ଛାଡିଛନ୍ତି  ।

ଏମିତି ଅବସ୍ଥାର ଶିକାର ହୋଇଛନ୍ତି ଗଙ୍ଗା ମାଢିଙ୍କ ପରିବାର ଲୋକେ । ନିଜର ସାତ ପୁରୁଷର ଭିଟାମାଟି ଛାଡି ସେମାନେ ପାଖ ଗାଁରେ ଏକ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ସେଠାରେ ସାଧାରଣତଃ ପୋଲିସ କିମ୍ବା ପ୍ରଶାସନ ପହଞ୍ଚି ପାରିନଥାଏ । ଏହି ଘଟଣା ପରେ ମଧ୍ୟ କେହି ସହାୟତା ପାଇଁ ଆସିନାହାଁନ୍ତି । ଏବେ ପରିବାର ପାଇଁ ଗାଁକୁ ଫେରିବାର ବାଟ ବନ୍ଦ ହୋଇଯାଇଛି । ଏପରିକି ନିଜ ଜମିବାଡିରେ କରିଥିବା ଫସଲ ମଧ୍ୟ ଆଣିପାରିବେ ନାହିଁ । ଏବେ କେମିତି ଚଳିବେ, କଣ ଖାଇବେ ସେହି ଚିନ୍ତାରେ ପଡିଛନ୍ତି ପରିବାର ଲୋକେ ।

   ସମ୍ବନ୍ଧିତ ଖବର


ମାଲକାନଗିରି ଆଦର୍ଶ ଥାନା ସିଲ୍, ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ

ହିଂସା ଛାଡ଼ି ମାଲକାନଗିରି ଏସପି ନିକଟରେ ଆତ୍ମସମର୍ପଣ କଲେ ନକ୍ସଲ ଦମ୍ପତ୍ତି

ଗଛରେ ଟାଙ୍ଗୀ କୁମ୍ଭୀରକୁ ମାରିଖାଇବା ଘଟଣା: ବନବିଭାଗ ପକ୍ଷରୁ ତ୍ରିସ୍ତରୀୟ ତଦନ୍ତ ଆରମ୍ଭ, ଜଣେ ଅଟକ

ମଣିଷ ଚେହେରାରେ ରାକ୍ଷାସ ପ୍ରବୃତ୍ତି: କୁମ୍ଭୀରକୁ ଗଛରେ ଟାଙ୍ଗୀ ମାରିଲେ, ସେଲ୍‌ଫି ନେବା ପରେ ମାଂସ ଖାଇଲେ

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ : ୮୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ