PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ମିଳିଲାନି ମହାପ୍ରୟାଣ ଗାଡ଼ି, ମୃତ ଶିଶୁକୁ ବାଇକ୍‌ରେ ନେଲେ ପରିବାର ଲୋକ

ଆସିକା,୧୦/୦୮: ମୃତ ଶିଶୁ ବୋହି ନେବାକୁ ମିଳିଲାନି ମହାପ୍ରୟାଣ ଗାଡ଼ି । ଘରୋଇ ଆମମ୍ବୁଲାନ୍ସ ମାଗିଲା ୧୦ ହଜାର ଟଙ୍କା ଭଡ଼ା । ଏଣୁ ପରିବାର ଲୋକ ବାଇକ୍‌ରେ ଶିଶୁର ଶବ ବୋହି ନେବା ଭଳି ଏକ ଅଭାବନୀୟ ଘଟଣା ଆସିକା ସବ୍‌ଡିଭିଜନ ହସପିଟାଲରେ ଆଜି ଦେଖିବାକୁ ମିଳିଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଭଞ୍ଜନଗର ଥାନା ଅଧୀନ ଚାକୁଣ୍ଡାପଲ୍ଲୀ ଗ୍ରାମର ସନ୍ତୋଷ କୁମାର ଗୌଡ଼ଙ୍କ ସାତ ମାସର ପୁଅର ସ୍ୱାସ୍ଥ୍ୟ ଖରାପ ହେବାରୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନା ଆଣିଥିଲେ । ଏହାପରେ ଅଧିକ ଚିକିତ୍ସା ପାଇଁ ଆସିକା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲା । ଏଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ସାତ ମାସର ଶିଶୁ ପୁତ୍ର ମୃତ୍ୟୁ ପରେ ମିଳିନଥିଲା ଶବ ବୁହା ଗାଡ଼ି । ଆସିକା ସବ୍‌ଡିଭିଜନ ମେଡିକାଲରେ ମହାପ୍ରୟାଣ ଆମ୍ବୁଲାନ୍ସ ନାହିଁ । ଏକ ବେସରକାରୀ ଶବ ବୁହା ଗାଡ଼ିକୁ ପଚାରିବାରୁ ଦଶ ହଜାର ଟଙ୍କା କହିଥିଲେ । ଏତେ ଟଙ୍କା ନଥିବାରୁ ଶିଶୁର ମୃତଦେହ ଘଣ୍ଟା ଘଣ୍ଟା ଧରି ଡାକ୍ତରଖାନା ବାହାରେ ପଡ଼ି ରହିଥିଲା । ଶେଷରେ ବାଇକ ଯୋଗେ ମୃତ ଶିଶୁକୁ ଧରି ଭଞ୍ଜନଗର ଯାଇଥିଲେ ପରିବାର ଲୋକ ।