PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ହତ୍ୟା ମାମଲାରେ ଜେଲ୍‌ରେ ପରିବାର ଲୋକ – ନିଖୋଜ ମହିଳାଙ୍କ ମିଳିଲା ପତ୍ତା

Representative image

ଲକ୍ଷ୍ନୌ , ୦୯ ଅଗଷ୍ଟ –  ଆମରୋହାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଶନିବାର ଦିନ ଆମରୋହା ପୁଲିସ୍‌ ଜଣେ ୨୦ ବର୍ଷିୟା ମହିଳାଙ୍କୁ ସନ୍ଧାନ କରିଛି , ଯାହାଙ୍କର ପରିବାର ଲୋକ( ବାପା ଓ ଭାଇ)  ତାଙ୍କ ହତ୍ୟାରେ ସଂପୃକ୍ତ ନେଇ ବର୍ଷେ ହେଲା ଜେଲ୍‌ର ଚାରିକାନ୍ଥ ଭିତରେ । ପୁଲିସ୍‌ ଏହି  ହତ୍ୟା ନେଇ ଏହି ୩ ଜଣଙ୍କର  ବିରୁଦ୍ଧରେ  ଚାର୍ଜଶିଟ୍‌ ଫାଇଲ୍‌ କରିଛି ।    ଝିଅ ଗାଧୋଉଥିବା ବେଳେ ବାପା କରୁଥିଲେ ଭିଡ଼ିଓ – ନଜର ପଡ଼ିଗଲା ଯୁବତୀଙ୍କର…ଆଉ ତାପରେ

ପୁଲିସ୍ ସୂତ୍ରରୁ ପ୍ରକାଶ ,  କାମଲେଶ ନାମକ ଏହି ମହିଳାଙ୍କୁ ତାଙ୍କ ଯୁବକ ବନ୍ଧୁଙ୍କ ଘରୁ ଉଦ୍ଧାର କରାଯାଇଥିବା । ଏହି ସ୍ଥାନଟି ଯୁବତୀଙ୍କ ପିତାଙ୍କ ଘର ଠାରୁ  ପାଖାପାଖି ୫ କିଲୋମିଟର ଦୂର ହେବ , ଯାହାକି ଆଦମପୁର ପୁଲିସ୍ ଥାନା ଅଞ୍ଚଳରେ ରହିଛି ।  ପୁଲିସ୍‌ ସେହି ପୋରୱା ଗାଁକୁ ଯାଇ ମହିଳାଙ୍କୁ ପାଇଥିଲା ।ତାଙ୍କର ଏକ ବର୍ଷକର ଶିଶୁ ମଧ୍ୟ ଅଛି ।

ଏହି ଘଟଣାକୁ ଗୁରୁତର ଭାବେ ନେଇ   ଆମରୋହାର ପୁଲିସ୍ ସୁପରିଣ୍ଟେଣ୍ଡେଣ୍ଟ  ବିପିନ୍‌ ଡାଟା ଏହି ଘଟଣାରେ ସଂପୃକ୍ତ ତଦନ୍ତ ଅଫିସର ଇନ୍ସପେକ୍ଟର ଅଶୋକ କୁମାର ଶର୍ମାଙ୍କୁ  ବହିଷ୍କାର କରିଥିଲେ ଏବଂ ଏହାସହ ତାଙ୍କ ବିରୁଦ୍ଧରେ ବିଭାଗୀୟ ଯାଞ୍ଚ ଆରମ୍ଭ କରିଥିଲେ । ଅତିରିକ୍ତ ଏସ୍‌ପି  ଅଜୟ ପ୍ରତାପ ସିଂହଙ୍କୁ ତଦନ୍ତ ଦିଆଯାଇଥିବା ଏସ୍‌ପି କହିଥିଲେ ।

ଘଟଣାର ଶେଷ ଫର୍ଦ୍ଦ

ମାଲାକପୁର ଗାଁରେ ରହୁଥିବା  କାମଲେଶ୍‌ଙ୍କର ତାଙ୍କ ବାପା  ସନ୍ତୋଷ କୁମାର ଜଣେ କୃଷକ । ଆଦାମପୁର ପୁଲିସ୍‌ ଥାନାର ଏସ୍‌ଏଚ୍‌ଓ  ପଙ୍କଜ ବର୍ମା  ଶୁକ୍ରବାର ଦିନ କହିଥିଲେ କି , “ ତାଙ୍କୁ ଖବର ଆସିଲା ଯେ,  କାମଲେଶ ନାମ୍ନୀ ମହିଳା , ଯିଏ ଗତ ବର୍ଷ ଫେବ୍ରୁୟାରୀ ଠାରୁ ନିଖୋଜ , ସେ ତାଙ୍କର ପ୍ରେମିକ ରାକେଶ ସାଇନିଙ୍କ ସହ ରହୁଛନ୍ତି ।  ପଚରାପଚରି ବେଳେ  ଏହି ମହିଳା ନିଜକୁ କାମଲେଶ୍‌ ବୋଲି ପରିଚୟ ଦେଇଥିଲେ ଆଉ ସେ ନିଜ ଇଚ୍ଛାରେ ପ୍ରେମିକ ସହ ଆସିଛନ୍ତି ବୋଲି କହିଥିଲେ ।  

ମହିଳାଙ୍କ ପରିଚୟ ସ୍ପଷ୍ଟ ହେବା ପରେ ତାଙ୍କୁ ଆମେ ଜିଲ୍ଲା ହସ୍ପିଟାଲକୁ ନେଇଥିଲୁ  । ସେ ୫ ମାସର ଗର୍ଭବତୀ ଅଛନ୍ତି । ସୋମବାର ଦିନ ସ୍ଥାନୀୟ କୋର୍ଟରେ ତାଙ୍କ ବୟାନ ରେକର୍ଡ କରିଯିବ ।

ଛେଳି କରୁଛନ୍ତି ଡିସ୍କୋ ଡ୍ୟାନ୍ସ ! ଭିଡ଼ିଓ ଭଇରାଲ

ସମ୍ବନ୍ଧିତ ଖବର