‘ସ୍ୱଦେଶ’ର କାବେରୀ ଅମ୍ମାଙ୍କ ପରଲୋକ, ଭାବୁକ ହୋଇ ଟ୍ୱିଟ୍ କଲେ ଶାହରୁଖ

ମୁମ୍ବାଇ ୧୯/୨: ବଲିଉଡ ଜଗତର ଆଉ ଜଣେ ଜଣାଶୁଣା କଳାକାରଙ୍କ ପରଲୋକ ହୋଇଯାଇଛି । ଶାହରୁଖ ଖାନଙ୍କ ଫିଲ୍ମ ‘ସ୍ୱଦେଶ’ରେ କାବେରୀ ଅମ୍ମା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କିଶୋରୀ ବଲାଲଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ମଙ୍ଗଳବାର ରାତିରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ନେଇଛନ୍ତି । କିଶୋରୀ ବଲାଲ କନ୍ନଡ ଫିଲ୍ମମାନଙ୍କରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ୨୦୦୪ ରେ ରିଲିଜ ହୋଇଥିବା ଶାହରୁଖ ଖାନଙ୍କ ଫିଲ୍ମ ‘ସ୍ୱଦେଶ’ରେ କାବେରୀ ଅମ୍ମା ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ କାମକୁ ବହୁତ ପସନ୍ଦ କରାଯାଇଥିଲା ଏବଂ ସେ ଏହି ଫିଲ୍ମ ପାଇଁ ଲୋକପ୍ରିୟ ହୋଇଥିଲେ ।

ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ କଳାକାର ସୋସିଆଲ ମିଡିଆରେ କିଶୋରୀ ବଲାଲଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଶାହରୁଖ ଖାନ୍ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ‘ଅଲ୍ଲାହ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । କିଶୋରୀ ଅମ୍ମା ଆଉ ଆମ ଗହଣରେ ନାହାଁନ୍ତି । ସେ ମୋତେ ସ୍ମୋକିଂ କରିବାରୁ  ତାଗିଦ କରୁଥିଲେ । ଅଲ୍ଲାହ ତାଙ୍କ ଦେଖାଶୁଣା କରନ୍ତୁ ।’ ସ୍ୱଦେଶ ଫିଲ୍ମର ଡାଇରେକ୍ଟର ଆଶୁତୋଷ ଗ୍ୱାରିକର କହିଛନ୍ତି, ‘ହୃଦୟ ବହୁତ ଦୁଃଖୀ, କିଶୋରୀ ବଲାଲଙ୍କ ନିଧନ ଖବର ଶୁଣି ବହୁତ ଦୁଃଖ ହେଲା । କିଶୋରୀ ଜୀ ଆପଣ ନିଜ ସ୍ୱଭାବ ପାଇଁ ସବୁବେଳେ ମନେ ରହିବେ । ଆପଣଙ୍କ ଭୂମିକାକୁ ଜଣେ ଉତ୍ସାହିତ ମହିଳାଙ୍କ ରୂପେ ସ୍ମରଣ କରାଯିବ ।’

କିଶୋରୀ ବଲାଲ ସିନେମା ଜଗତରେ ଅନେକ ବର୍ଷ ପର୍ଯ୍ୟନ୍ତ କାମ କରିଛନ୍ତି । କାଠି, ହନି ହନି, ସୂର୍ଯ୍ୟକାନ୍ତି, କ୍ୟାରି ଅନ୍ ମରାଠା, ଅଇୟା ଓ ଲଫଙ୍ଗେ ପରିନ୍ଦେ ତାଙ୍କର ବହୁତ ଫେମସ ଫିଲ୍ମ ଅଟେ । ସୋସିଆଲ ମିଡିଆରେ ଅନେକ ୟୁଜର୍ସ ତାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ସମସ୍ତେ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

   ସମ୍ବନ୍ଧିତ ଖବର


ଡ୍ରଗ୍ସ ମାମଲାରେ ଫସିଥିବା ଭାରତୀ ସିଂଙ୍କୁ ଡ୍ରାମା କୁଇନ୍ ରାକ୍ଷୀ କହିଲେ- ‘ଏହା ଏକ ଷଡ଼ଯନ୍ତ୍ର, ତାଙ୍କ ଘରେ କେହି ଜଣେ ଗଞ୍ଜେଇ ରଖି ଏନ୍‌ସିବିକୁ ଫୋନ୍‌ କରିଛି…’

ଓଡିଆ ଗୀତରେ ରାପ୍‌ ପରେ ଆଲ୍‌ବମ୍‌ ଭିଡିଓ ସୁଟିଂରେ ବ୍ୟସ୍ତ ସୁର ଭାଇନା: କୁଆଖିଆ ନଦୀ ପଠାରେ ଚାଲିଛି ମ୍ୟୁଜିକ୍‌ ଭିଡିଓ ସୁଟିଂ

ପପ୍‌ ମ୍ୟୁଜିକ୍‌ ମହାରଥୀ ବାପି ଲେହେରୀ କାହିଁକି ପିନ୍ଧନ୍ତି ଏତେ ସୁନା ? ଜାଣନ୍ତୁ ଏହି ଖାସ୍‌ କାରଣ…

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ସୋନୁଙ୍କୁ ଭେଟିବାକୁ ସାଇକେଲ୍‌ରେ ଗଲେ ପ୍ରଶଂସକ : ଅଭିନେତା ବୁକ୍‌ କରିଦେଲେ ଫ୍ଲାଇଟ୍‌ ଟିକେଟ୍‌

ରାଜ କୁନ୍ଦ୍ରାଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଲେ ଅଭିନେତ୍ରୀ ପୁଣମ୍ ପାଣ୍ଡେ, ବମ୍ବେ ହାଇକୋର୍ଟରେ ପହଞ୍ଚିଲା ମାମଲା