PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା

ଚେନ୍ନାଇ, ୧୮/୦୧ : ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟାଙ୍କ ବିବାହ ବିଚ୍ଛେଦ। ଦୀର୍ଘ ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ଏହି ଷ୍ଟାର ଦମ୍ପତ୍ତି। ନିକଟରେ ସାଉଥ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ସାମନ୍ଥା ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ଘଟିଥିବା ବେଳେ ଏବେ ଏହି ଷ୍ଟାର ଦମ୍ପତ୍ତିଙ୍କ ଛାଡ଼ପତ୍ର ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଉଭୟ ଐଶ୍ଵର୍ଯ୍ୟା ଏବଂ ଧନୁଷ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଦୁହେଁ ଏକ ନୋଟ୍ ସେୟାର କରିଛନ୍ତି। ଯେଉଁଥିରେ ଏକାଭଳି କଥା ଲେଖାହୋଇଛି।

ଧନୁଷ୍ ଟ୍ଵିଟ୍ କରି ଲେଖିଛନ୍ତି ଯେ, ବନ୍ଧୁ ରୂପରେ, ଜୀବନ ସାଥୀ ରୂପରେ, ମାତା-ପିତା ରୂପରେ ଏବଂ ଜଣେ ଅନ୍ୟ ଜଣଙ୍କର ଶୁଭଚିନ୍ତକ ରୂପରେ ଆମେ ୧୮ ବର୍ଷ ଏକା ସାଙ୍ଗରେ ସମୟ ଅତିବାହିତ କରିଛୁ। ଏହା ବୁଝାମଣା, ଅଭିବୃଦ୍ଧି, ସମଯୋଜନା ଏବଂ ଅନୁକୂଳନର ଯାତ୍ରା। ଆଜି ଆମେ ଏପରି ଏକ ସ୍ଥାନରେ ଛିଡା ହୋଇଛୁ ଯେଉଁଠାରେ ଆମର ରାସ୍ତା ଅଲଗା ହୋଇଯାଇଛି। ଐଶ୍ୱର୍ଯ୍ୟା ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ ଏବଂ ନିଜକୁ ବ୍ୟକ୍ତିଗତ ଭାବରେ ଭଲ ଭାବରେ ବୁଝିବା ପାଇଁ ସମୟ ନେଉଛୁ। ତେଣୁ ଆମର ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ଏବଂ ଏହାର ମୁକାବିଲା ପାଇଁ ଆମକୁ ଆବଶ୍ୟକୀୟ ଗୋପନୀୟତା ଦିଅନ୍ତୁ। ଓମ୍ ନମଃ ଶିବାୟ! ‘

ସୂଚନା ଥାଉକି, ଧନୁଷ ନଭେମ୍ଵର ୧୮ ୨୦୦୪ରେ ଅଭିନେତା ରଜନୀକାନ୍ତଙ୍କ ଝିଅ ଐଶ୍ଵର୍ଯ୍ୟାଙ୍କୁ ବିବାହ କରିଥିଲେ। ଯେତେବେଳେ ଧନୁଷଙ୍କ ବିବାହ ହୋଇଥିଲା ସେତେବେଳେ ସେ ୨୩ ବର୍ଷର ହୋଇଥିଲେ। ଐଶ୍ଵର୍ଯ୍ୟା ଓ ଧନୁଷଙ୍କ ଦେଖାସାକ୍ଷାତ ଏକ ଫିଲ୍ମ ସୁଟିଂ ସେଟ୍‌ରେ ହୋଇଥିଲା। ଧନୁଷ ଓ ଐଶ୍ଵର୍ଯ୍ୟାଙ୍କ ଦୁଇଟି ସନ୍ତାନ ରହିଛି। ଉଭୟଙ୍କ ନାମ ଯତ୍ର ଏବଂ ଲିଙ୍ଗା।