ବାଳିକା ବିଦ୍ୟାଳୟରୁ ଫ୍ୟାନ ଚୋରି କରିଥିବା ୬ ଚୋର ଗିରଫ

କେନ୍ଦୁଝର – ଚୋର ପୁଣି ଫ୍ୟାନ ଚୋର । ବାଳିକା ଉଚ୍ଚ ବିଦ୍ୟାଳୟକୁ ଫ୍ୟାନ ଚୋରି କରିଥିଲେ । ଲକ୍‌ଡାଉନ୍ ବେଳେ ଏହି ଚୋରମାନେ ଫ୍ୟାନ ଚୋରି କରିଥିଲେ । କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ୬ ଜଣ ଫ୍ୟାନ ଚୋରକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ହୋଇଥିବା ୬ ଜଣ ଚୋର ହେଲେ ପାଟଣା ଥାନା ଗୋରାଣ୍ଡିଯୋଡି ଗ୍ରାମର ମନୋଜ ବେହେରା(୨୩) ଜୀତେନ୍ଦ୍ର ବେହେରା(୧୯) କୁନା ବେହେରା(୨୮) ପିଣ୍ଟୁ ବେହେରା(୨୩) ଜଗନ୍ନାଥ ବେହେରା (୧୯) ସନ୍ତୋଷ ବେହେରା (୩୫) ।

ଗତ ୨ ତାରିଖ ରାତି ଗୋରାଣ୍ଡିଯୋଡି ସ୍ଥିତ କସ୍ତୁରିବା ବାଳିକା ଉଚ୍ଚ ବିଦ୍ୟାଳୟ ର ହଷ୍ଟେଲ ରୁ ଗ୍ରୀଲ ଭାଙ୍ଗି ୧୧ ଟା ଫ୍ୟାନ ଚୋରି କରିନେଇଥିଲେ। ଏନେଇ ହଷ୍ଟେଲ ମେଟ୍ରୋନ ଫୁଲମଣି ମହାନ୍ତ ଗତକାଲି ଅଭିଯୋଗ କରିବା ପରେ ପୋଲିସ ଗୋରାଣ୍ଡିଯୋଡି ଗ୍ରାମରେ ଚଢ଼ାଉ କରି ୧୦ ଟି ଫ୍ୟାନ ଜବତ କରି ସମସ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ଏହି ଚୋରମାନେ ଆଗରୁ ଆଉଁ କେଉଁ ଚୋରିରେ ସମ୍ପୃକ୍ତ ଥିଲେ କି ନାହିଁ ପୁଲିସ ସେ ବିଷୟରେ ତଦନ୍ତ କରୁଛି ।

   ସମ୍ବନ୍ଧିତ ଖବର


ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ପୁଲିସ୍ ମାଡ଼ରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା, ୬ଘଣ୍ଟା ଧରି ପିଟିଥିଲେ–ସିବିଆଇ ଚାର୍ଜସିଟିରେ ଆଶ୍ଚର୍ଯ୍ୟକର ତଥ୍ୟ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

ସ୍ତ୍ରୀର ଚରିତ୍ର ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର

ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଚୋରା ଦେଶୀ ମଦ ଆଡ୍ଡାରେ ଅବକାରୀ ବିଭାଗର ଚଢାଉ: ୨୫୦ଲିଟରରୁ ଅଧିକ ମଦ ଜବତ, ୩ ଗିରଫ