ରାଉରକେଲା ପିତାବାହଲ ଡ୍ୟାମ- ପାଣି ଭିତରେ ଫଣା ଟେକି ଖେଳୁଛି ଅଜଗର, ଦେଖନ୍ତୁ ଭିଡିଓ

ରାଉରକେଲା- ପାଣି ଭିତରେ ଫଣା ଟେକି ଖେଳୁଛି ଅଜଗର । ରାଉରକେଲା ପିତାବାହାଲ ଡ୍ୟାମର ଏହି ଦୃଶ୍ୟ । ବିରାଟକାୟ ଅଜଗର ଟି ପାଣି ଭିତରେ ବେଶ୍‌ ଅନାୟସରେ ବୁଲୁଛି । ଅନେକ ପର୍ଯ୍ୟଟକ ନିଜ ମୋବାଇଲ୍‌ରେ ଏହି ଦୃଶ୍ୟକୁ କଏଦ କରିଛନ୍ତି ।

ସୋସିଆଲ୍‌ ମିଡିଆରେ ଏହାର ଦୃଶ୍ୟ ଭାଇରାଲ୍‌ ହୋଇଛି । ଏହାପରେ ସ୍ଥାନୀୟ ବନ ବିଭାଗ ଡ୍ୟାମ ନିକଟରେ ବୁଲିବା ସମୟରେ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ଅଜଗରଟି ପାଣିରେ ଖାଦ୍ୟ ଅନ୍ୱେଷଣ ପାଇଁ ବୁଲିଥାଇ ପାରେ ପରବର୍ତ୍ତୀ ମୟରେ ଜଙ୍ଗଲକୁ ଫେରିଯାଇ ପାରେ ବୋଲି କହିଛନ୍ତି ।