PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଆଦିବାସୀଙ୍କ ସହ ମିଶି ରାହୁଲ ଗାନ୍ଧି କଲେ ନୃତ୍ୟ, କହିଲେ- ‘ଭାଇ ସହିତ ଭାଇକୁ ଲଢେଇ କରି ଦେଶର ଫାଇଦା ହେବନି’

ରାୟପୁର,୨୭।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର ଛତିଶଗଡର ରାୟପୁରରେ ପ୍ରଥମ ଥର ହେବାକୁ ଥିବା ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲାଙ୍କ ସହ ମିଶି ଆଦିବାସୀ କଳାକାରଙ୍କ ସହ ନୃତ୍ୟ କରିଥିଲେ। ସମାରୋହରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରି ରାହୁଲ କହିଥିଲେ, ଭାଇ ଭାଇକୁ  ଲଢେଇ କରି ଦେଶର ଫାଇଦା ହେବନି। ସମସ୍ତଙ୍କୁ ସାଙ୍ଗରେ ନନେଲେ ଦେଶର ଅର୍ଥବ୍ୟବସ୍ଥା ଚାଲି ପାରିବ ନାହିଁ। ଯେଉଁ ପର୍ଯ୍ୟନ୍ତ ସାଧାରଣ ଲୋକର କଥା ଲୋକସଭା, ବିଧାନସଭାକୁ ଶୁଭାଯିବ ନାହିଁ, ସେ ପର୍ଯ୍ୟନ୍ତ ବ୍ୟବସ୍ଥା ବଦଳିବ ନାହିଁ।

ରାହୁଲ କହିଛନ୍ତି, ଦେଶର ସ୍ଥିତି, କୃଷକ ସମସ୍ୟା, ଆତ୍ମହତ୍ୟା, ଅର୍ଥବ୍ୟବସ୍ଥାର ସ୍ଥିତି ଓ ବେରୋଜଗାରୀ ସମ୍ପର୍କରେ ସବୁ ଜାଣନ୍ତି। କିନ୍ତୁ ଛତିଶଗଡର ସରକାର ଜନତାଙ୍କ ସହିତ ମିଶିକି କାମ କରୁଛନ୍ତି। ଏହି ସରକାର ଲୋକଙ୍କ କଥା ଶୁଣେ ବୋଲି କହିଛନ୍ତି ରାହୁଲ। ଏହି ସମୟରେ ମୁଖ୍ୟମନ୍ତ୍ରୀ ବଘେଲା ଗୋବରରେ ତିଆରି ନେମ ପ୍ଲେଟ ରାହୁଲଙ୍କୁ ଉପହାରରେ ଦେଇଥିଲେ। ରାହୁଲ ବସ୍ତରର ଆଦିବାସୀ କଳାକାରଙ୍କ ସହ ମିଶି ନୃତ୍ୟ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର