‘ଫୋନି’ ଏବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି, ଘଣ୍ଟାକୁ ୧୪୨ କିମି ବେଗରେ ବୋହୁଛି ପବନ

ଭୁବନେଶ୍ବର୩|୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫୋନି’ ଏବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀର ଦକ୍ଷିଣ ଦିଗରେ ଫନି ସ୍ଥଳଭାଗ ଛୁଉଁଛି। ଏହା ପ୍ରଭାବରେ ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ଘଣ୍ଟାକୁ ୧୪୨ କିମି ବେଗରେ ପବନ ବୋହୁଛି। ପୁରୀ ସମୁଦ୍ରରେ ଭୟଙ୍କର ଜୁଆର ଆସିବା ସହିତ ସମୁଦ୍ର ଆଗକୁ ବଢ଼ି ସ୍ବର୍ଗଦ୍ବାରକୁ ଛୁଇଁଛି। ପୁରୀ ପେଣ୍ଠକଟାରେ ପାଣି ପଶିଯିବା ସହ ଡଙ୍ଗା ସବୁ ଭସାଇନେଇଛି। ସକାଳ ୮ଟା ସୁଦ୍ଧା ଫନି ପୁରୀଠାରୁ ୪୦କିମି ଦୂରରେ ରହିଥିବାବେଳେ ପୁରୀ ପ୍ରବଳ ପବନ ଯୋଗୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡ଼ିଛି। ପୁରୀ ଭିଆଇପି ରୋଡରେ ଗଛ ପଡ଼ିଯିବା ଯୋଗୁ ରାସ୍ତା ବନ୍ଦ ହୋଇଯାଇଛି।

ସାତପଡାରେ ଭୟାନୟ ସ୍ଥିତି ଉପୁଜିଛି। ପ୍ରଚଣ୍ଡ ପବନ ଯୋଗୁ ବିଦ୍ୟୁତ୍ ଖୁଣ୍ଟ, ଗଛ, ଘରର ଛାତ ଉଡ଼ିଯାଇଛି। ମାଲୁଦରେ ଶତାଧିକ ଦୋକାନ ଉଡିଯାଇଛି। ଅସ୍ତରଙ୍ଗ​‌ର ବିିଭିନ୍ନ ଗାଁରେ ସମୁଦ୍ର ପାଣି ପଶିଯାଇଛି। ଆଜି ସକାଳ ସୁଦ୍ଧା ୧୦ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ତାନାନ୍ତର କରାଯାଇଥିବା ସ୍ବତନ୍ତ୍ର ରିଲିଫ୍ କମିସନର ସୂଚନା ଦେଇଛନ୍ତି। ଆଜି ସକାଳ ୬ଟା ସୁଦ୍ଧା ବ୍ରହ୍ମପୁର ଓ ଗୋପାଳପୁରରେ ସର୍ବାଧିକ ୧୪୯ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ପୁରୀରେ ୯୫ମିମି, ଭୁବନେଶ୍ବର ୪୫ମିମି, ଚାନ୍ଦବାଲିରେ ୩୧ମିମି, ବାଲୋ୍ବରରେ ୩୦ମିମି ଏବଂ ପାରାଦୀପରେ ୨୫ମିମି ବର୍ଷା ରେକର୍ଡ କରାଯାଇଛି।

ବାତ୍ୟା ଫନିର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଅନ୍ୟୂନ ୩ଘଣ୍ଟା ଚାଲିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।