ଆହୁରି ପାଖେଇ ଆସିଲାଣି ସାମୁଦ୍ରିକ ବାତ୍ୟା: ପୁରୀଠାରୁ ୩୬୦କିମି ଦୂରରେ ରହିଛି ଫନି

ଭୁବନେଶ୍ବର ୨।୫: ଭୀଷଣ ସାମୁଦ୍ରିକ ବାତ୍ୟା ‘ଫନି’ ପାଖେଇ ପାଖେଇ ଆସୁଛି। ବର୍ତ୍ତମାନ ପୁରୀଠାରୁ ୩୬୦ କିଲୋମିଟର ଦୂରରେ ରହିଛି।

ପୂର୍ବ ରିପୋର୍ଟ ଅନୁସାରେ, ଫନି ପ୍ରଭାବରେ ବ୍ରହ୍ମପୁର, ଗୋପାଳପୁର, ଖୋର୍ଧାରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି। ବାତ୍ୟା ସମୟରେ କୈାଣସି ଲୋକ କଚାଘର ନ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଗୁରୁବାର ସକାଳ ୧୦ଟା ସୁଦ୍ଧା ୯୮୧୫୭ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯାଇଛି।

ଫନିର ପ୍ରଭାବରେ ପୁରୀ ଠାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଆରମ୍ଭ କଲାଣି। ଉତ୍ତାଳ ଲହରି ଆସି ମାଟି ଧୋଇ ନେଇ ଥିବାରୁ ସେଠାରେ କୃତ୍ରିମ ଜଳାଶୟ ସୃ​ଷ୍ଟି ହେବା ପରି ଦିଶୁଛି।

ପ୍ରଶାସନ ତରଫରୁ ସମୁଦ୍ର କୂଳରେ ଲାଲ୍ ପତାକା ଲଗାଯାଇଛି। ହୁଇସିଲ ଧରି ଲାଇଗାର୍ଡମାନେ ସମୁଦ୍ର କୁଳରେ ବୁଲୁଛନ୍ତି।

   ସମ୍ବନ୍ଧିତ ଖବର


ସୀମାରେ ଅଧିକ ଯୁଦ୍ଧ ବିମାନ ମୁତୟନ କରିବ ଚୀନ୍‌

ଗ୍ରେଗ୍ ବାର୍କଲେ ଆଇସିସିର ନୂତନ ଅଧ୍ୟକ୍ଷ, ଦ୍ବିତୀୟ ରାଉଣ୍ଡ ଭୋଟିଂରେ ମିଳିଲା ସଂଖ୍ୟା ଗରିଷ୍ଠତା

୨୨୨ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା, ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଟିକା

ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

ବିଦେଶରୁ ଦାନ ସଂଗ୍ରହ କରିବ ଶ୍ରୀମନ୍ଦିର