ଫନି ଅପଡେଟ୍: ପୁରୀଠାରୁ ୪୩୦ କିମି ଦୂରରେ ରହିଛି ଫନି; ଘଣ୍ଟା ପ୍ରତି ବେଗ ୧୫ କିଲୋମିଟର

ଭୁବନେଶ୍ବର ୨।୫: ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁ ପଦ ସେଠୀଙ୍କ ସୂଚନା ଅନୁଯାୟୀ ପୁରୀରୁ ୪୩୦ କିମି ଦୂରରେ ରହିଛି ଫନି। ଏଥିପାଇଁ ବିଭିନ୍ନ ଜିଳ୍ଲା ପାଇଁ ଅରେଞ୍ଜ, ୟଲୋ, ରେଡ୍ ଓ୍ବାଣ୍ର୍ଣିଂ ଜାରି କରାଯାଇଛି। ଏବେ ଫନିର ବେଗ ଘଣ୍ଟାପ୍ରତି ୧୫କିମି ହୋଇଥିବା ଜଣାପଡ଼ିଛି। ମେ ୩ ତାରିଖ ସନ୍ଧ୍ୟା ୫.୩୦ ସମୟରେ ପାଖାପାଖି ଗୋପାଳପୁର ଠାରୁ ଚାନ୍ଦବାଳି ମଧ୍ୟରେ ସ୍ଥଳଭାଗ ଛୁଇଁବ। ତେବେ ଫନି ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୭୦ରୁ ୧୮୦କିମି ରହିବ। ଏହି ବେଗ ୨୦୦କିମିକୁ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ବାତ୍ୟା ଫନି ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦ଟି ଟିମ୍ କୋଷ୍ଟଗାର୍ଡ ଟିମ୍ ମୁତୟନ କରାଯାଇଛି।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ମମତାଙ୍କୁ ଆଉ ଏକ ଝଟକା: ଦକ୍ଷିଣ କୁଚବିହାର ବିଧାୟକଙ୍କ ଇସ୍ତଫା ପରେ ପରିବହନ ମନ୍ତ୍ରୀଙ୍କ ଇସ୍ତଫା, ବିଜେପିରେ ମିଶିବାକୁ ଏବେ ଦିଲ୍ଲୀରେ ମିହିର

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଯାତ୍ରୀବାହି ବସ୍: ୩ ମୃତ ,୫ ଗୁରୁତର

ଏହି ଦେଶରେ ମାତ୍ର ଏକ ଘଣ୍ଟାରେ ୩ ଜଣ ହୋଇଥିଲେ ରାଷ୍ଟ୍ରପତି, ସାରା ବିଶ୍ବ ହୋଇଯାଇଥିଲା ଚକିତ