ସୋଆ କମ୍ୟୁନିଟି ରେଡିଓ କରିଥିଲା ‘ଫୋନି’ର ସିଧା ପ୍ରସାରଣ

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା “ଫୋନି’ ଶୁକ୍ରବାର ଦିନ ଭୟାନକ ରୂପ ନେଇ ଭୁବନେଶ୍ୱରରେ ପ୍ରବେଶ କରିବା ସମୟରେ ଏକ ଛୋଟିଆ ଟିମ୍‌ ଲୋକମାନଙ୍କୁ ଘୂର୍ଣ୍ଣିବାତ୍ୟାର ଧାରା ବିବରଣୀ ପ୍ରଦାନ କରିବା ସହ ପ୍ରତ୍ୟେକ ମୁହୂର୍ତ୍ତକୁ କିପରି ସାମ୍‌ନା କରିବା ଆବଶ୍ୟକ ଓ ସେମାନେ କିପରି ସୁରକ୍ଷିତ ରହିବେ ସେ ବିଷୟରେ ଅବଗତ କରି ଚାଲିଥିଲେ ।
ଶିକ୍ଷା ଓ ଅନୁସନ୍ଧ୍ୟାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧିନସ୍ଥ ସୋଆ କମ୍ୟୁନିଟି ରେଡିଓ “”ଭଏସ୍‌ ଅଫ୍‌ ସୋଆ କମ୍ୟୁନିଟି ୯୦.୪”ରେ ଏହି ୨୪ ଘଣ୍ଟିଆ କାର୍ଯ୍ୟକ୍ରମ ହୋଇଥିଲା । ଏହି କର୍ଯ୍ୟକ୍ରମ ଗୁରୁବାର ସନ୍ଧ୍ୟା ୬ଟାରୁ ଶୁକ୍ରବାର ସନ୍ଧ୍ୟା ୬ଟା ପାର୍ଯ୍ୟନ୍ତ ଜାରି ରହିଥିଲା । ଗୁରୁବାର ସନ୍ଧ୍ୟାରୁ ଲୋକମାନଙ୍କୁ ପୁରୀ ଉପକୂଳକୁ ମାଡି ଆସୁଥିବା ଏହି ବାତ୍ୟା ବିଷୟରେ ଜଣାଇବା ସହ ପ୍ରତ୍ୟେକ ମୁହୂର୍ତର ସମସ୍ତ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ପରିସ୍ଥିତିକୁ ଲୋକେ କିପରି ମୁକାବିଲା କରି ନିଜକୁ ସୁରକ୍ଷିତ ରଖିବେ ସେଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଏହା କମ୍ୟୁନିଟି ରେଡିଓର ପ୍ରୟାସ ବୋଲି ଆର୍‌ଜେ ସବ୍‌ନମ୍‌ କହିଛନ୍ତି ।
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ତଥା ସୋଆ ଅଧୀନସ୍ଥ ପରିବେଶ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦଶେକ ଡ. ଶରତ ଚନ୍ଦ୍ର ସାହୁ ମେ୧ ଓ ୨ ଦୁଇ ଦିନ ଧରି ଫୋନି ବାତ୍ୟା ସମ୍ପର୍କିତ ସମସ୍ତ ବିବରଣୀ ବିଷୟରେ ଏକ ସାକ୍ଷାତକାର ଯୋଗେ ଅବଗତ କରାଇଥିଲେ । ଆର୍‌ଜେ ସବନମ୍‌ଙ୍କ ସମେତ ଆର୍‌ଜେ ରମାବଲ୍ଲଭ, ଆର୍‌ଜେ କେପି ଏବଂ ଆର୍‌ଜେ ଗୌର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

   ସମ୍ବନ୍ଧିତ ଖବର


ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ

କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ -ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁସ୍ଥ ହୋଇ ଘରକୁ ଫେରିଲେ

ବିଲୁଆ, ହରିଆ ଏବଂ ବାଦଲକୁ ଗିରଫ କଲେ କମିଶନରେଟ୍‌ ପୋଲିସ- ବନ୍ଧୁକ ଧରି କରୁଥିଲେ ଡକାୟତି ଯୋଜନା, ୩ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ

‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି