ପରିବାର ସବୁ ସଦସ୍ୟ କରୋନା ପଜିଟିଭ, କେବଳ ୧୧ ବର୍ଷର ଝିଅ ବର୍ତ୍ତିଗଲା… ସମ୍ପର୍କୀୟ ନଆସିବାରୁ ପଡିଶା ଘର ଲୋକେ ନେଉଛନ୍ତି ଯତ୍ନ

ଫରିଦାବାଦ,୧୩।୫:   ହରିୟାଣାରେ କରୋନା ଭାଇରସର ଲଗାତାର  ଆତଙ୍କ ଜାରି ରହିଛି। ମଙ୍ଗଳବାର ଜିଲ୍ଲାରେ କରୋନା ସଂକ୍ରମିତ ରୋଗୀଙ୍କର ୧୬ଟି ନୂଆ ମାମଲା ସାମନାକୁ ଆସିଛି। ଜିଲ୍ଲାର ଏକ ସେକ୍ଟରରେ ପୁରା ପରିବାର କରୋନା ସଂକ୍ରମିତ ହୋଇଛନ୍ତି। ଘରେ କେବଳ ମାତ୍ର ୧୧ ବର୍ଷର ଜଣେ ଝିଅ ହିଁ କରୋନାରେ ସଂକ୍ରମିତ ହୋଇନାହିଁ। ଏବେ ତାଙ୍କ ଘରକୁ କୌଣସି ସମ୍ପର୍କିୀୟ ମଧ୍ୟ ଆସିବାକୁ ରାଜି ନାହାନ୍ତି। ଏଭଳି ପରିସ୍ଥିତିରେ ପଡୋଶୀମାନେ ମଧ୍ୟ ଘରକୁ ଯିବାକୁ ଭୟ କରୁଛନ୍ତି, କିନ୍ତୁ ବାହାରୁ ସେମାନେ ସାହାର୍ଯ୍ୟ କରୁଛନ୍ତି। ଖାଦ୍ୟ ଖାଇବାକୁ ଦେଉଥିବା ବେଳେ ଭିଡିଓ କଲ କରି କଥା ହେଉଛନ୍ତି।  ପିଲାଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପଡୋଶୀମାନେ ଯଥାସମ୍ଭବ ସହାୟତା କରୁଛନ୍ତି।

ମିଳିଥିବା ଖବର ଅନୁସାରେ, ଏହି ପରିବାରରେ ୭୬ ବର୍ଷୀୟ ମହିଳାଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ବିଭାଗ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ କରୋନା ଟେଷ୍ଟ କରିଥିବା ବେଳେ ୪ ଜଣ ସଦସ୍ୟ ପଜିଟିଭ ଜରାପଡିଛନ୍ତି। ମହିଳାଙ୍କ ସ୍ବାମୀ, ପୁଅ, ବୋହୁ ଓ ଝିଅ ସଂକ୍ରମିତ ହୋଇଛନ୍ତି। ତେବେ ୧୧ ବର୍ଷୀୟ ନାତୁଣୀ ସଂକ୍ରମିତ ହୋଇ ନାହାନ୍ତି।

ପରିବାର ଏତେ ଲୋକ ସଂକ୍ରମିତ ମିଳିବା ପରେ ସମସ୍ତଙ୍କୁ ଆଇସୋଲେଟ୍ କରି ରଖାଯାଇଛି। ଏବେ ଝିଅଟି ଘର ଭିତରେ ଏକାକୀ ରହିଯାଇଛି। କରୋନା କାରଣରୁ କୌଣସି ସମ୍ପର୍କୀୟ ଘରକୁ ଆସିବାକୁ ପ୍ରସ୍ତୁତ ନାହାନ୍ତି। ପଡିଶା ଘରେ ରହୁଥିବା ବହୁ ପରିବାର ନିଜ ସ୍ତରରେ ଯେତେ ପାରୁଛନ୍ତି ସେତେ ଦେଖାଶୁଣା କରୁଛନ୍ତି।

   ସମ୍ବନ୍ଧିତ ଖବର


ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା: ଜଣେ ଗୁରୁତର, ଆତ୍ମସମର୍ପଣ କଲା ଅଭିଯୁକ୍ତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ