ସ୍ବାମୀ-ସ୍ତ୍ରୀଙ୍କୁ ରଶିରେ ବାନ୍ଧି ପରେ ଗୁଳି କରି ହତ୍ୟା, ସିସିଟିଭି ଫୁଟେଜରେ ହତ୍ୟାକାରୀ କଏଦ

ନୂଆଦିଲ୍ଲୀ,୧୨।୮: ଦିଲ୍ଲୀକୁ ଲାଗିଥିବା ଫରିଦାବାଦରେ ସ୍ବାମୀ-ସ୍ତ୍ରୀକୁ ଗୁଳି କରି ହତ୍ୟା। ଏଭଳି ଏକ ଘଟଣା ଜସାନା ଗାଁରେ ଦେଖିବାକୁ ମିଳିଛି। ହତ୍ୟା କରିବା ପୂର୍ବରୁ ଦୁହିଁଙ୍କୁ ରଶିରେ ବାନ୍ଧି ଦିଆଯିବା ପରେ ଗୁଳିକରି ମାରି ଦିଆଯାଇଛି। ଆଶଙ୍କା କରାଯାଉଛି ଯେ, ଜମି-ବାଡି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି। ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସର କହିବା ଅନୁସାରେ, ସ୍ବାମୀ-ସ୍ତ୍ରୀଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ। ଘରେ ପଶି ଦୁବୃର୍ତ୍ତମାନେ ପ୍ରଥମେ ସ୍ବାମୀ ଓ ସ୍ତ୍ରୀଙ୍କୁ ରଶିରେ ବାନ୍ଧି ଗୁଳି କରିଦେଇଥିଲେ। ଏବେ ପୋଲିସ ଦୁହିଁଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ବାଦଶାହ ଖାନ୍ ହସ୍ପିଟାଲ ପଠାଇ ଦେଇଛି। ଏହା  ସହିତ ଆଖପାଖର ଲୋକଙ୍କଠାରୁ ସୂଚନା ନେବା ଆରମ୍ଭ କରିଛି।

ମୋନିକା ଓ ସୁଖବୀର ୨୦୧୩ରେ ବିବାହ କରିଥିଲେ ଓ କିଛି ସମୟ ଧରି ମୋନିକା ନିଜ ସ୍ବାମୀଙ୍କ ସହିତ ନିଜ ବାପାଙ୍କ ଘର ପାଖରେ ଘର ନେଇ ରହୁଥିଲେ। ଏହା ଭିତରେ ପୋଲିସ ପଡୋଶୀ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜ ପାଇଛି। ଏଥିରେ ବାଇକରେ ଦୁଇ ଜଣ ଲୋକ ଘରେ ପଶିବା ପରେ ତରବରିଆ ଭାବରେ ବାହାରକୁ ଦୌଡିକି ଆସୁଛନ୍ତି। ପୋଲିସ ଏହି ୪ ଜଣଙ୍କର ସନ୍ଧାନ ଆରମ୍ଭ କରିଦେଇଛି।