PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

୭ ଅଗଷ୍ଟରୁ ଚାଷୀଙ୍କ ପାଇଁ ଗଡିବ ‘କିଷାନ୍ ବିଶେଷ ପାର୍ସଲ ଟ୍ରେନ୍’, ମିଳିବ ଅନେକ ଫାଇଦା

ନୂଆଦିଲ୍ଲୀ ୫/୮: କରୋନା ଭାଇରସ ମହାମାରୀର ଏହି ଗମ୍ଭୀର ସ୍ଥିତିରେ ଚାଷୀଙ୍କ ସାହାଯ୍ୟ ପାଇଁ ଭାରତୀୟ ରେଲୱେ ବଡ ପଦକ୍ଷେପ ନେଇଛି । ରେଲୱେ ଚାଷୀଙ୍କ ପାଇଁ ସ୍ପେଶାଲ ପାର୍ସଲ ଟ୍ରେନ୍ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି । କରୋନା କାଳରେ ମଧ୍ୟ ରେଳର କିଷାନ୍ ବିଶେଷ ପାର୍ସଲ ଟ୍ରେନ୍ ଚାଷୀଙ୍କ ପାଇଁ ବରଦାନ ହୋଇ ଆସିଛି । ମଧ୍ୟ ରେଳର କିଷାନ୍ ବିଶେଷ ପାର୍ସଲ ଟ୍ରେନ୍ ମହାରାଷ୍ଟ୍ରର ଦେବଲାଲୀ ଓ ବିହାରର ଦାନାପୁର ମଧ୍ୟରେ ଚାଲିବ ଯାହା ଫଳରେ ପରିବାଷ ଫଳ ଆଦି ସାମଗ୍ରୀ ଗ୍ରାହକଙ୍କ ପାଖରେ ସହଜରେ ପହଞ୍ଚି ପାରିବ ।

କେବେଠୁ ଚାଲିବ
ରେଳ ମନ୍ତ୍ରାଳୟ ଅନୁସାରେ ୭ ଅଗଷ୍ଟରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ କିଷାନ୍ ବିଶେଷ ପାର୍ସଲ ଟ୍ରେନ୍ ପ୍ରତି ଶୁକ୍ରବାର ଦେବଲାଲୀରୁ ଦାନାପୁର ଆଡେ ସକାଳ ୧୧ଟାରେ ଚାଲିବ ଏବଂ ଆଗାମୀ ଦିନ ସକାଳେ ୬.୪୫ ଟାରେ ଦାନାପୁର ପହଞ୍ଚିବ । ପ୍ରତି ରବିବାର ୧୨ଟାରେ ଦାନାପୁରରୁ ବାହାରି ପରଦିନ ୭ଟା ୪୫ ମିନିଟରେ ଦେବଲାଲୀରେ ପହଞ୍ଚିବ ।

ଏହି ଗାଡିରେ ପାର୍ସଲ ବୁକିଂ ପାଇଁ ଚାଷୀ ରେଲୱେ ଷ୍ଟେସନରେ ସମ୍ପର୍କ କରିପାରିବେ । ମଧ୍ୟ ରେଲୱେ ପାର୍ସନ ବୁକିଂ ପାଇଁ କିଛି ଫୋନ୍ ନମ୍ବର ଉପଲବ୍ଧ କରାଇଛି । ସିନିୟର ଡିଭିଜନଲ କମର୍ସିଆଲ୍ ମ୍ୟାନେଜର, ଭୁସାବଲ ୭୨୯୬୧୧୯୫୦, ଡେପୁଟି ଚିଫ୍ କମର୍ସିଆଲ୍ ମ୍ୟାନେଜର, ଫ୍ରେଟ୍ ସର୍ଭିସେଜ୍ ୮୮୨୮୧୧୦୯୬୩, ଆସିଷ୍ଟାଣ୍ଟ କମର୍ସିଆଲ୍ ମ୍ୟାନେଜର ନମ୍ବରରେ ସମ୍ପର୍କ କରିପାରିବେ । ଟ୍ରେନଟି ନିଜ ପୂର୍ବ ନିର୍ଦ୍ଧାରିତ ଷ୍ଟେସନରେ ଅଟକିବ ।