ବଲାଙ୍ଗିର: କାଳିଆ ଯୋଜନା ଚାଲୁ କରିବାକୁ ଦାବି କଲେ ଚାଷୀ

ବଲାଙ୍ଗିର ୪/୪: କାଳିଆ ଯୋଜନା ଚାଲୁ କରିବାକୁ ଚାଷୀଙ୍କ ଦାବି । କାଳିଆ ଯୋଜନା ଚାଲୁ କରିବାକୁ ଚାଷୀମାନେ ଦାବି କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ନିକଟରେ ଫେରାଦ ହେଲେ ଶତାଧିକ ଚାଷୀ ।
ଗୁରୁବାର ବଲାଙ୍ଗିର ଜିଲ୍ଲାର ଶତାଧିକ ଚାଷୀ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଏହାସହ ଚାଷୀମାନେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଥିଲେ । କାଳିଆ ଯୋଜନା ପୂରଣ ହେବା ପାଇଁ ଦାବି କରିଥିଲେ ଚାଷୀ । ବିଜେପି ବିରୋଧରେ ଚାଷୀମାନେ ଅଭିଯୋଗ କରିଛନ୍ତି । ବିଜେପିର ବିରୋଧ ଯୋଗୁଁ କାଳିଆ ଯୋଜନା ବନ୍ଦ କରାଯାଇଥିବା ସେମାନେ ଅଭିଯୋଗ ଆଣିଥିଲେ ।