PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

କେନ୍ଦ୍ର ସରକାରଙ୍କୁ କୃଷକ ନେତା ରାକେଶ ଟିକାୟତଙ୍କ ଧମକ ! କହିଲେ, ଚାଷୀ ଜାଣିଛି କେମିତି ଶିକ୍ଷା ଦିଆଯାଏ

pic-hindustantimes.com

ନୂଆଦିଲ୍ଲୀ: କୃଷକ ନେତା ରାକେଶ ଟିକାୟତଙ୍କ କେନ୍ଦ୍ର ସରକାରଙ୍କୁ ପୁଣି ଧମକ। ଅଣଦେଖା କରୁଥିବା ଲୋକଙ୍କୁ କେମିତି ଶିକ୍ଷା ଦିଆଯାଏ ତାହା ଆମକୁ ବେଶ୍ ଜଣା ବୋଲି ଟିକାୟତ କହିଛନ୍ତି। କେନ୍ଦ୍ର କୃଷି ଆଇନ୍‌ ବିରୋଧରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ଏପଟେ ସରକାର କିନ୍ତୁ ତାଙ୍କ କଥାକୁ ଭୃକ୍ଷେପ କରୁ ନାହାଁନ୍ତି।

ତେଣୁ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ ଟିକାୟତ ଟ୍ୱିଟ୍ କରିଛନ୍ତି  “କୃଷକ ସଂସଦର କୃଷକମାନେ ମୁକ-ବଧିର ସରକାରଙ୍କୁ ଜାଗ୍ରତ କରିବାକୁ କାମ କରୁଛନ୍ତି। କୃଷକ ସଂସଦ ଚଲାଇବା ବି ଜାଣିଛି ଓ ଅଣଦେଖା କରୁଥିବା ଲୋକଙ୍କୁ ଗାଁରେ ଉଚିତ୍ ଶିକ୍ଷା ଦେବା ବି ଜାଣିଛି। ଏକଥା ଭୁଲିଯାଆନି।”

ଏଥିସହିତ ଭାରତ ଆତ୍ମା ସ୍ୱାଧୀନତାକୁ ସୁରକ୍ଷିତ କରିବା ପାଇଁ କୃଷକଙ୍କୁ ଏକାଠି ହେବାକୁ ଟିକାୟତ ଆହ୍ୱାନ ଦେଇଛନ୍ତି। ଲଗାତର ତିନିଦିନ ହେଲାଣି କୃଷକମାନେ ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ପୂର୍ବ ଯୋଜନା ମୁତାବକ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନର ନାଁ ଦିଆଯାଇଛି କିଷାନ ସଂସଦ। ଗୁରୁବାର ଠାରୁ ଦିଲ୍ଲୀର ଜନ୍ତରମନ୍ତରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି।

ଏବେ ବି କୃଷି ଆଇନ୍ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି ସେ ବିଷୟରେ ଜଣାଇବା ପାଇଁ ଏହି କିଷାନ ସଂସଦର ଆୟୋଜନ କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ଅର୍ଥାତ ଅଗଷ୍ଟ ୧୩ ତାରିଖ ଯାଏ ଏହି ଆନ୍ଦୋଳନ ଜାରି ରଖିବାକୁ କୃଷକ ନେତା ଘୋଷଣା କରିଛନ୍ତି। ଅନ୍ୟପଟେ ଦିଲ୍ଲୀ ରାଜ୍ୟପାଳ ଅନୀଲ ବେଜଲ କିନ୍ତୁ କୃଷକଙ୍କୁ ଅଗଷ୍ଟ ୯ ପର୍ଯ୍ୟନ୍ତ ବିକ୍ଷୋଭ କରିବାକୁ ଅନୁମତି ଦେଇଛନ୍ତି।  

ସମ୍ବନ୍ଧିତ ଖବର