ବାଇକ ଇଞ୍ଜିନରେ ହେଲିକପ୍ଟର ପ୍ରସ୍ତୁତ କଲେ ଯୁବକ, ୨୦ ଫୁଟ୍ ଉଚ୍ଚତାରେ ଉଡିପାରିବ

ଦୌସା ୨୯/୮: ରାଜସ୍ଥାନର ଦୌସାର ବାନ୍ଦୀକୁଇ ଅଞ୍ଚଳରେ ଆଭାନେରୀ ଗାଁରେ ଚେତରାମ ଗୁର୍ଜର ନାମକ ଜଣେ ଯୁବକ ଏକ ହେଲିକପ୍ଟର ପ୍ରସ୍ତୁତ କରିଦେଇଛନ୍ତି । ଆଇଟିଆଇ ଡ୍ରିଗ୍ରୀ ହାସଲ କରିଥିବା ଚେତରାମ ପିଲାଦିନୁ ଏକ ଉଡିପାରୁଥିବା ହେଲିକପ୍ଟର ପ୍ରସ୍ତୁତ କରିବା ପାଇଁ ସ୍ୱପ୍ନ ଦେଖିଥିଲେ । ଏଥିପାଇଁ ସେ ଲୁଜ୍ ପାର୍ଟ୍ସ ଯୋଗାଡରେ ଲାଗିପଡିଥିଲେ । ଅନେକ ପରିଶ୍ରମ କରି ଜଣେ ଯାତ୍ରୀଙ୍କୁ ବସାଇ ଉଡିପାରୁଥିବା ୪୦୦ କିଲୋ ଓଜନର ଏହି ହେଲିକପ୍ଟରକୁ ପ୍ରସ୍ତୁତ କରିଦେଲେ ।  

ଯୁବକ ଜଣକ କହିଛନ୍ତି ଯେ ଯଦି ତାଙ୍କୁ ଅନୁମତି ମିଳେ ତେବେ ସେ ଏହି ହେଲିକପ୍ଟରକୁ ୨୦ ଫୁଟ୍ ଉଚ୍ଚତା ପର୍ୟ୍ୟନ୍ତ ଉଡାଇପାରିବେ । ଏହି ହେଲିକପ୍ଟରକୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ପ୍ରତିଦିନ ୧୨ରୁ ୧୫ ଘଣ୍ଟା ପରିଶ୍ରମ କରିବାକୁ ପଡିଛି । ଏହା ସହିତ ଏଥିରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ହେଲିକପ୍ଟରକୁ ନିର୍ମାଣ ସମୟରେ ଏହାକୁ ୩ ଥର ବଦଳାଯାଇଥିଲା । ପ୍ରଥମେ ମୋଟର ସାଇକେଲର ସିଙ୍ଗଲ ପେଟ୍ରୋଲ୍ ଇଞ୍ଜିନ୍ ଲଗାଯାଇଥିଲା କିନ୍ତୁ ଏହା ନଉଡିବା ପରେ ଯୁବକ ଡିଜେଲ ଇଞ୍ଜିନ୍ ଲଗାଇଲେ ମାତ୍ର ହେଲିକପ୍ଟରରେ କମ୍ପନ ଯୋଗୁଁ ଏଥିରେ ମଧ୍ୟ ସଫଳତା ମିଳିଲାନାହିଁ । ଏହାପରେ ହିରୋହୋଣ୍ଡା ସିବିଜେଡ ମୋଟର ବାଇକର ୨ଟି ଇଞ୍ଜିନ୍ ଲଗାଇବା ପରେ ହେଲିକପ୍ଟରକୁ ସଫଳତା ମିଳିଲା । ଏହା ପରେ ହେଲିକପ୍ଟରକୁ ୨୦ ଫୁଟ୍ ଉଚ୍ଚତାରୁ ଉଡାଇ ଥିବା କହିଛନ୍ତି ଯୁବକ ।

୧୦ ଲିଟର ପେଟ୍ରୋଲ ଭରିହେଉଥିବା କ୍ଷମତାଧାରୀ ଏହି ହେଲିକପ୍ଟରକୁ ନିର୍ମାଣ କରିବା ସମୟରେ ଯୁବକ ୟୁଟ୍ଯୁବରେ ସୂଚନା ସଂଗ୍ରହ କରିଥିଲେ । ଯଦି କେନ୍ଦ୍ର କିମ୍ବା ରାଜ୍ଯ ସରକାର ତାଙ୍କୁ ସହଯୋଗ କରନ୍ତୁ ତେବେ ସେ ଏହାକୁ ଆହୁରି ଅଧିକ ଉନ୍ନତ କରିପାରିବେ ବୋଲି କହିଛନ୍ତି ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର