PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣାଗଡ: ପାଟଣାଗଡ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ
  • ||
  • ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ: ୨୪ଘଣ୍ଟାରେ ୩୬୬୪ଜଣ ପଜିଟିଭ ଚିହ୍ନଟ, ଆଖିବୁଜିଲେ ଆଉ ୨ ଆକ୍ରାନ୍ତ
  • ||
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ, ସରକାର ଧାନ ନକିଣିଲେ ଆତ୍ମହତ୍ୟା କରିବାକୁ ଚେତାବନୀ…

ନୀଳଗିରି,୬/୩(ଆ.ପ୍ର): ଟୋକନ ପାଇଥିବା ଚାଷୀ ମାନଙ୍କର ଧାନ ବିକ୍ରି ତାରିଖ ଆଜି ଶେଷ ଦିନ ଥିବାରୁ ଧାନ କିଣା ନହେବା ଯୋଗୁଁ ଧାନମଣ୍ଡିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କିଛି ଚାଷୀ ହାତରେ ବିଷ ବୋତଲ ଧରି ଧାରଣାରେ ବସିଥିବା ନଜରକୁ ଆସିଛି । ଏଭଳି ଘଟଣା ନୀଳଗିରିର ନିଜଗଡ଼ ସେବା ସମବାୟ ସମିତି ଅଫିସ ଆଗରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ନୀଳଗିରି ସେବା ସମବାୟ ସମିତି ତରଫରୁ ବହୁ ଚାଷୀ  ଋଣ ନେଇ ଚାଷ କରି ନିଜର ପରିବାର ଗୁଜରାଣ ମେଣ୍ଟାନ୍ତି । ହେଲେ ଏବେ ଧାନ ବିକ୍ରି କରି ନପାରିଲେ କେମିତି ଋଣ ସୁଝିବେ ତା ସହ ପରିବାର କେମିତି ପ୍ରତିପୋଷଣ କରିବେ ସେହି ଚିନ୍ତା ଘାରିଛି ଚାଷୀଙ୍କୁ । ଆଜି ଧାନ ବିକ୍ରି ନହେଲେ ଟୋକନ ଲ୍ୟାପ୍ସ ହୋଇଯିବ ଦାବି କରି ଧାନ ବିକ୍ରିକୁ ଅଡି ବସିଥିଲେ ଚାଷୀ । ହେଲେ ଧାନ କିଣା ନଯିବାରୁ ଆଜି ସନ୍ଧ୍ୟାରେ ହାତରେ ବିଷ ବୋତଲ ଧରି ଧାରଣାରେ ବସିଛନ୍ତି ଚାଷୀ । ତୁରନ୍ତ ପଦକ୍ଷେପ ନନେଲେ ବିଷ ପିଇ ଆତ୍ମହତ୍ୟା କରିବା ସହ ଏଥିପାଇଁ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଚାଷିନେତା ଯଶୋଦା ନନ୍ଦନ ସିଂହ, ଚିତ୍ତରଞ୍ଜନ ଶତପଥୀ, ବିଦ୍ୟାଧର ପଣ୍ଡିତ, ବାବୁ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି ।