26 ସୁଦ୍ଧା ମିଳିବ ‘କାଳିଆ’ ଟଙ୍କା

ଭୁବନେଶ୍ବର,12।1(ବୁୟରୋ): ଜାନୁଆରୀ 26 ତାରିଖ ସୁଦ୍ଧା ‘କାଳିଆ’ ଯୋଜନାରେ ପଞ୍ଜିକୃତ ହିତାଧିକାରୀଙ୍କୁ ଟଙ୍କା ମିଳିଯିବ। ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଅର୍ଥ ଜମା ହୋଇଯିବ। ଆଜି ଏମିତି ସୂଚନା ଦେଇଛନ୍ତି ସମବାୟ ତଥା ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପାଖା ପାଖି 12ଲକ୍ଷ 40 ହଜାର ଚାଷୀ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ସିଧାସଳଖ ନେଣ ଦେଣ କରୁଛନ୍ତି। ସେମାନେ କୃଷି ଋଣ ନେଉଛନ୍ତି, ବିହନ ଓ ସାର ଇତ୍ୟାଦି ସମବାୟ ବ୍ୟାଙ୍କ ଜରିଆରେ କିଣୁଛନ୍ତି। ସେମାନେ ସରକାରଙ୍କ ମାଧ୍ୟମରେ ଧାନ ବିକ୍ରି କରୁଛନ୍ତି। ତେଣୁ ସେମାନଙ୍କ ଖାତାରେ ଏହି ଅର୍ଥ ଜମା କରିଦିଆଯିବ। ସେ କହିଲେ, ସରକାର କାଳିଆ ଯୋଜନାରେ ଆବେଦନ କରିବା ତାରିଖ 15 ତାରିଖକୁ ଘୁଞ୍ଚାଇଛନ୍ତି। ଫର୍ମ ପାଇବା ପରେ ସରକରୀ ସ୍ତରେ ଅଫିସରମାନେ ଏଗୁଡ଼ିକୁ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବେ। ଏସବୁ ପ୍ରକ୍ରିୟା 26 ତାରିଖ ପୂର୍ବରୁ ଶେଷ କରାଯାଇ ଟଙ୍କା ଜମା କରାଯିବ। ତେବେ ଏହି ପ୍ରକ୍ରିୟା ଏଇଠି ଶେଷ ହେବ ନାହିଁ ଯେଉମାନେ ପ୍ରଥମ ପର୍ଯ୍ୟ।ୟରେ ଟଙ୍କା ପାଇପାରିନଥିବେ, ସେମାନଙ୍କର ମଧ୍ୟ ତୁରନ୍ତ ଯାଞ୍ଚ କରାଯାଇ ଟଙ୍କା ଦିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।