ଫସଲ ପାଣିପାଗ ନିରୀକ୍ଷଣ ଗ୍ରୁପ୍‌ ବୈଠକ, କୃଷି କାର୍ଯ୍ୟକ୍ରମର ନିୟମିତ ନିରୀକ୍ଷଣ ଏବଂ ଆପଦକାଳୀନ ସ୍ଥିତି ନିମନ୍ତେ ଆକସ୍ମିକ ଯୋଜନା ପ୍ରସ୍ତୁତ ଆଦି ବିଷୟରେ ଆଲୋଚନା

ଭୁବନେଶ୍ୱର ୧୬/୯: କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗଙ୍କ ଅଧ୍ୟକ୍ଷତାରେ ଫସଲ ପାଣିପାଗ ନିରୀକ୍ଷଣ ଗ୍ରୁପ୍‌ (କ୍ରପ୍‌ େୱଦର ୱାଚ୍‌ ଗ୍ରୁପ୍‌) ବୈଠକ ଆଜି କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ପ୍ରକାର କୃଷି କାର୍ଯ୍ୟକ୍ରମର ନିୟମିତ ନିରୀକ୍ଷଣ ଏବଂ ଆପଦକାଳୀନ ସ୍ଥିତି ନିମନ୍ତେ ଆକସ୍ମିକ ଯୋଜନା ପ୍ରସ୍ତୁତ ସହିତ ଚାଷୀମାନଙ୍କୁ କୃଷି ସମ୍ବନ୍ଧୀୟ ପରାମର୍ଶ ଦେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

ବୈଠକରେ ଆନାଲିଟିକ୍ସ ଫର ଡିସିସନ୍‌ ମେକିଙ୍ଗ୍‌ ଆଣ୍ଡ ଏଗ୍ରିକଲାଚରାଲ୍‌ ପଲିସି ଟ୍ରାନ୍ସଫରମେସନ୍‌ (ଆଡାପଟ୍‌) ପକ୍ଷରୁ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନା କରାଯାଇଥିଲା ଏବଂ ବର୍ତ୍ତମାନର ସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିଲା । ଗତ ମାସରେ ସ୍ୱାଭାବିକ ବୃଷ୍ଟିପାତ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟରେ କୌଣସି ମରୁଡ଼ି ପରିସ୍ଥିତି ଦେଖାଦେଇ ନାହିଁ । ଫସଲରେ ରୋଗପୋକ ଆଦି ବିଷୟରେ ପ୍ଲାଣ୍ଟ ପ୍ରୋଟେକସନ୍‌ ଅଧିକାରୀମାନେ ରାଜ୍ୟରେ ସଜାଗ ଦୃଷ୍ଟି ରଖିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଫସଲ ଚାଷ, ଫସଲ ଋଣ, ବିହନର ସଦ୍ୟତମ ସ୍ଥିତି, ସାରର ଉପଲବ୍ଧତା ଏବଂ ଫସଲ ବୀମା ଆଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । କୌଣସି ପ୍ରକାର ବିପର୍ଯ୍ୟୟ ଏଡ଼ାଇବା ପାଇଁ ‘ଆମ କୃଷି’ ମାଧ୍ୟମରେ କୃଷକମାନଙ୍କୁ ନିୟମିତ ଭାବରେ ପରାମର୍ଶ ଦିଆଯାଉଥିବା ବୈଠକରେ ସୂଚନା ଦିଆଯାଇଥିଲା । ଏଥି ସହିତ ପ୍ରମୁଖ ଶାସନ ସଚିବ ଡ. ଗର୍ଗ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ସଂପର୍କରେ କୃଷକମାନଙ୍କୁ ‘ଆମ କୃଷି’ ମାଧ୍ୟମରେ ଅବଗତ କରିବା ପାଇଁ କହିଥିଲେ ।

ସମଗ୍ର ରାଜ୍ୟରେ ଚାଲିଥିବା କୃଷି ଉନ୍ନତ ସହଯୋଗ ଯୋଜନା କାର୍ଯ୍ୟକ୍ରମ ବିଷୟରେ ବୈଠକରେ ଆଡାପଟ୍‌ ପକ୍ଷରୁ ଅବତାରଣା କରାଯାଇଥିଲା । ଏହି ଯୋଜନା ଦ୍ୱାରା ଚାଷୀମାନେ କିପରି ଉପକୃତ ହେଉଛନ୍ତି ସେ ସଂପର୍କରେ କୃଷି ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଦେଇଥିବା ମତାମତ ସଂପର୍କରେ ଆଲୋଚନା ହୋଇଥିଲା । ଚଳିତ ଖରିଫ ଋତୁରେ ରାଜ୍ୟରେ ଚାଷ କାର୍ଯ୍ୟ ସଂପର୍କରେ ସଦ୍ୟତମ ସ୍ଥିତି ଜାଣିବା ପାଇଁ ପ୍ରତି ସପ୍ତାହରେ ଏପରି ବୈଠକର ଆୟୋଜନ କରାଯାଉଛି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାରଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀ ଓ ଆଡାପଟ୍‌ ଏବଂ ପ୍ରିସିସନ୍‌ ଏଗ୍ରିକଲଚର ଡେଭଲପ୍‌ମେଣ୍ଟର ଅଧିକାରୀମାନେ ଯୋଗଦେଇଥିଲେ ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଅଫିସ୍‌ ସମେତ ୬ଟି ସ୍ଥାନରେ ଛାପା‌

ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

ଅବସରପ୍ରାପ୍ତ ପୁଲିସ ଆଇଜି ସୁରେନ୍ଦ୍ରନାଥ ସ୍ୱାଇଁଙ୍କ ପରଲୋକ