ପାଡ ପ୍ରତିଯୋଗିତା, ନ ପାଡି ମଧ୍ୟ ଜିତିଗଲେ ପୁରସ୍କାର

https://www.scoopwhoop.com/
ସୁରତ ୮/୩: ଗୁଜରାଟର ସୁରତରେ ୨୨ ସେପ୍ଟେମ୍ବରରେ ଏମିତି ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଯାହା ବହୁତ ଅଜବ ଥିଲା । ଶୁଣିବାକୁ ଅଜବ ଲାଗିପାରେ କିନ୍ତୁ ପ୍ରତିଯୋଗିତା ଥିଲା କିଏ କେତେ ଜୋରରେ ପାଡିପାରିବ । ଏହି ପ୍ରତିଯୋଗିତାରେ ପାଡ ମୁକାବିଲା ହୋଇଥାନ୍ତା । କିନ୍ତୁ ପ୍ରତିଯୋଗୀ କେହି ବି ପାଡିପାରିଲେନି । ଖାଲି ସେତିକି ନୁହେଁ, ଜଜ୍ ମଧ୍ୟ ମାସ୍କ ନେଇ ସାଙ୍ଗରେ ଯାଇଥିଲେ କିନ୍ତୁ ଦରକାର ପଡିଲାନି । ଖାଲି ସେତିକି ନୁହେଁ, ପ୍ରତିଯୋଗିତାରେ ମାଇକ୍ ମଧ୍ୟ କାମରେ ଲାଗିଲାନି । ନାରା ମାଧ୍ୟମରେ ପ୍ରତିଯୋଗୀଙ୍କ ମଧ୍ୟରେ ଜୋଶ୍ ଭରିବା ପାଇଁ ଚେଷ୍ଟା କରିବା ସତ୍ତ୍ୱେ କୌଣସି ପ୍ରତିଯୋଗୀ ପାଡିଲେନି ।
୨୦୦ ଲୋକ କରାଇଥିଲେ ରେଜିଷ୍ଟ୍ରେସନ
ସୁରତରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ମୁମ୍ବାଇ, ଜୟପୁର ଭଳି ସହର ବ୍ୟତୀତ ଦୁବାଇରୁ ମଧ୍ୟ ପ୍ରତିଯୋଗୀ ଭାଗ ନେବା ପାଇଁ ଆସିଥିଲେ । ସମୁଦାୟ ୨୦୦ ଲୋକ ରେଜିଷ୍ଟ୍ରେସନ କରିଥିଲେ । କିନ୍ତୁ ଠିକ୍ ଦିନ ମାତ୍ର ୩ ଜଣ ଆସି ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସୁରତର ଥିଲେ ।

୩ ଜଣ ଯାକ ପ୍ରତିଯୋଗୀ ୩ ଘଣ୍ଟା ଚେଷ୍ଟା କରିବା ପରେ ମଧ୍ୟ ବିଫଳ ହେଲେ । ଗ୍ୟାସର ସ୍ପିଡ୍ ମାପିବା ପାଇଁ ଏକ ଖାସ୍ ଇନଷ୍ଟ୍ରୁମେଣ୍ଟ ଲଗାଯାଇଥିଲା । ତେବେ ସ୍ଥାନୀୟ ପ୍ରତିଯୋଗୀ ବିଶୁ ହେଡାଙ୍କୁ ୨୫୦୦ ଟଙ୍କାର କ୍ୟାଶ୍ ପ୍ରାଇଜ୍ ମିଳିଥିଲା । ସେ ଜିତିବା ପରେ ଘରକୁ ପ୍ରାଇଜ୍ ମନି ନେଇ ଯିବା ସମୟରେ କହିଥିଲେ ଯେ ସେ କିଛି ବି ନକରି ଜିତିଗଲେ । କିଛି ବି ନକରି ମାନେ ବୁଝି ପାରିଲେ ତ, ନ ପାଡି ମଧ୍ୟ ଜିତିଗଲେ ।