ଏୟାରଷ୍ଟ୍ରାଇକ୍ ଏକ ନିର୍ବାଚନୀ ଷ୍ଟଣ୍ଟ: ଫାରୁକ ଅବ୍ଦୁଲା

source:hindi.news18.com
ନୁଆଦିଲ୍ଲୀ ୧୧/୩: ଏୟାରଷ୍ଟ୍ରାଇକକୁ ନେଇ ବିରୋଧୀ ଦଳ ନେତା ଲଗାତାର ପ୍ରଶ୍ନ କରି ଆସୁଛନ୍ତି । ଏବେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ଯମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏୟାର ଷ୍ଟ୍ରାଇକକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏୟାରଷ୍ଟ୍ରାଇକ୍ ଏକ ନିର୍ବାଚନୀ ଷ୍ଟଣ୍ଟ । ଏହି ବୟାନ ଦେବାପରେ ସେ ବିବାଦରେ ଛନ୍ଦି ହୋଇଯାଇଛନ୍ତି ।
Farooq Abdullah: We always knew that there would be a fight or a skirmish with Pakistan. This surgical strike (airstrike) was done as elections are approaching. We lost an aircraft worth crores. Be thankful that the pilot (IAF) survived & returned from Pakistan with respect. pic.twitter.com/7UElbtuKKn
— ANI (@ANI) March 11, 2019
ଅବ୍ଦୁଲା କହିଛନ୍ତି, ‘ଆମେ ଜାଣିଛୁ ଯେ ଭାରତ ଓ ପାକିସ୍ତାନର ଲଢାଇ ଚାଲୁଆସୁଛି । ନିର୍ବାଚନ ପାଖେଇ ଆସିଲାଣି । ଏଥିପାଇଁ ସର୍ଜିକାଲ ଷ୍ଟ୍ରାଇକ୍ କରାଗଲା । ଏହି କାର୍ଯ୍ୟରେ ଆମେ ଆମର କୋଟିକୋଟି ଟଙ୍କାର ଏକ ବିମାନ ହରାଇଦେଲୁ । ଆମେ ଭାଗ୍ୟଶାଳୀ ଯେ ଆମର ଜଣେ ପାଇଲଟ୍ ସକୁଶଳ ପାକିସ୍ତାନରୁ ଭାରତ ଫେରିଆସିଲା ।’
Farooq Abdullah: All parties are in favour of holding simultaneous (LS & state assembly) polls. Environment is conducive for Lok Sabha polls but not state polls in J&K? Local body polls were held peacefully, there are enough forces present,then why can't state elections be held? pic.twitter.com/ktYfOwLc2d
— ANI (@ANI) March 11, 2019
ବିଧାନସଭା ନିର୍ବାଚନ ନହେବାକୁ ନେଇ ମଧ୍ଯ ମୁହଁ ଖୋଲିଛନ୍ତି ଅବ୍ଦୁଲା । ସେ କହିଛନ୍ତି ଯେ ସବୁ ଦଳ ଏହି ପକ୍ଷରେ ଅଛନ୍ତି ଯେ ଜମ୍ମୁ କଶ୍ମୀରରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସହିତ କରାଯାଉ। ଲୋକସଭା ନିର୍ବାଚନ ପାଇଁ ପରିବେଶ ଠିକ୍ ଅଛି କିନ୍ତୁ ବିଧାନସଭା ପାଇଁ ନାହିଁ ? ସ୍ଥାନୀୟ ନିର୍ବାଚନ ବହୁତ ଶାନ୍ତି ପୂର୍ଣ୍ଣ ଭାବେ ହୋଇଥାଏ । ବହୁତ ସଂଖ୍ଯାରେ ସୁରକ୍ଷାବଳ ଉପସ୍ଥିତ ଥାଇ ବି ନିର୍ବାଚନ କାହିଁକି ହୋଇପାରିବନି ବୋଲି ସେ ପ୍ରଶ୍ନ କରିଛନ୍ତି ।