ପଜିଟିଭ-ନେଗେଟିଭ-ପଜିଟିଭ ପରେ କରୋନାରେ ଆଖିବୁଜିଲେ

କଲକତା ୩୦/୪: ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ କରୋନା ପଜିଟିଭ୍‌, ପରେ କହିଲେ ନେଗେଟିଭ୍‌, ତା ପରେ କହିଲେ ପଜିଟିଭ୍‌ ଓ ଶେଷରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋଲକାତାରେ । ଗତ ସପ୍ତାହରେ ଓମ୍‌ ପ୍ରକାଶ ନାମକ ଜଣେ ୬୮ ବର୍ଷୀୟ ବ୍ୟକ୍ତି ଜ୍ୱର ଓ ଥଣ୍ଡା ଅନୁଭବ କରିଥିଲେ । ତାଙ୍କ ପୁଅ ରାଜ ଗୁପ୍ତା ପିତାଙ୍କୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏମ୍‌.ଅ।ର ବାଙ୍ଗୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ତାଙ୍କର ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ । ଫଳରେ ପିତାଙ୍କୁ ହସ୍ପିଟାଲରେ ଆଡମିଶନ କରାଇ ରାଜ ଗୁପ୍ତା ଘରକୁ ଫେରିଥିଲେ । କିନ୍ତୁ ୪ ଦିନ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ରାଜ ଗୁପ୍ତାଙ୍କୁ ଫୋନ୍‌ କରି ତୁମ ପିତାଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି, ତେଣୁ ତୁମେ ଆସି ପିତାଙ୍କୁ ହସ୍ପିଟାଲରୁ ନେଇଯାଅ ବୋଲି କହିଥିଲେ ।

ଲକ୍‌ଡାଉନ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ପିତାଙ୍କୁ ଆଣିବା ଲାଗି ରାଜ ଗୁପ୍ତା ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଶେଷରେ କୋଲକାତା ବାହାରେ ସୋଦେପୁରରେ ରହୁଥିବା ଜଣେ ବନ୍ଧୁଙ୍କ ସହାୟତାରେ ଏକ ଗାଡି ଯୋଗାଡ କରି ପିତାଙ୍କୁ ଘରକୁ ନେଇ ଆସିଥିଲେ । ତେବେ ତା ପରଦିନ ସନ୍ଧ୍ୟାରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଣି ତାଙ୍କୁ ଫୋନ୍‌ କରି କହିଥିଲେ ଯେ ତୁମ ପିତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ରହିଛି । କିନ୍ତୁ ଭୁଲ୍‌ରେ ତୁମକୁ ନେଗେଟିଭ୍‌ କୁହାଯାଇଥିଲା। ତେଣୁ ବ୍ୟସ୍ତ ହେବାର କିଛି ନାହିଁ । ଆମେ ଏକ ଆମ୍ବୁଲାନ୍ସ ପଠାଇଛୁ । ଆମ୍ବୁଲାନ୍ସ ବାଟରେ ରହିଛି ।

ଖୁବଶୀଘ୍ର ତୁମ ଘରେ ପହଞ୍ଚିବ ଓ ସେଠାରୁ ତୁମ ପିତାଙ୍କୁ ନେଇ ଆସିବ । କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚି ଓମ୍‌ ପ୍ରକାଶଙ୍କୁ ଧରି ହସ୍ପିଟାଲକୁ ଆଣିଥିଲା । ତେବେ ସେ ହସ୍ପିଟାଲରେ ଆଡମିଟ୍‌ ହେବାର ୧୨ ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ରାଜ ଗୁପ୍ତାଙ୍କୁ ସୂଚନା ଦେଇଥିଲେ । ହସ୍ପିଟାଲର ଏଭଳି କାର୍ଯ୍ୟ ବିରୋଧରେ ରାଜ ଗୁପ୍ତା ଅଭିଯୋଗ କରିଛନ୍ତି । ଏଥିସହିତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ