ବୈଜ୍ଞାନିକ ତିଆରି କଲେ ପ୍ରଥମ ସିନ୍ଥେଟିକ୍‌ ମାନବ ଜିଭ

ନୂଆଦିଲ୍ଲୀ ୨୯/୧୦: ୩ଡି ପ୍ରିଣ୍ଟିଂ ଟେକ୍ନୋଲୋଜି ପ୍ରୟୋଗ କରି ବ୍ରିଟେନ୍‌ର ୟୁନିଭର୍ସିଟି ଅଫ୍‌ ଲିଡ୍‌ସର ବୈଜ୍ଞାନିକମାନେ ପ୍ରଥମ ସିନ୍ଥେଟିକ୍‌ ଜିଭ ନିର୍ମାଣ କରିଛନ୍ତି । ଏହାର ନା ‘ବାୟୋମେଟ୍ରିକ୍‌ ଜିଭ’ । ସିନ୍ଥେଟିକ୍‌ ସିଲିକନ୍‌ ଢାଞ୍ଚା ସହିତ ନମନୀୟତା, ଆର୍ଦ୍ରତା ଏବଂ ବାସ୍ତବ ମାନବ ଜିଭର ସଂରଚନାକୁ ଏଥିରେ ଅନୁକରଣ କରାଯାଇଛି ।

ଏଥିପାଇଁ ବିଶେଷଜ୍ଞମାନେ ସେମାନଙ୍କର କାଳ୍ପନିକ ଉପକରଣର ୩ଡି ପ୍ରିଣ୍ଟ କରିବା ଲାଗି ମାନବ ଜିଭର ଡିଜିଟାଲ ସ୍କାନ୍‌ କରିଥିଲେ। କିଛି ଖାଦ୍ୟର ମୌଖିକ ପ୍ରକ୍ରିୟାକରଣ ଗୁଣ ପରୀକ୍ଷା ନିମନ୍ତେ ଏହାକୁ ବ୍ୟବହାର କରାଯାଇପାରେ । ମାନବ ଜିଭର ପୃଷ୍ଠକୁ ପୁନଃ ସୃଷ୍ଟି କରିବାରେ ଅନେକ ଜଟିଳତା ସାମ୍ନା କରିବାକୁ ପଡ଼େ ବୋଲି ଅଧ୍ୟୟନର ଲେଖକ ଏପ୍‌ରେନ ଆନ୍‌ଡାବ୍ଲୋ-ରେୟେସ୍‌ କହିଛନ୍ତି ।

ପାପିଲା ଭଳି ଶତାଧିକ କ୍ଷୁଦ୍ର ବଡ୍‌ ଭଳି ସଂରଚନା ଜିଭକୁ ବନ୍ଧୁର କରିଥାଏ। ଯେତେବେଳେ ପାଟି ଶୁଷ୍କ ଥାଏ, ଏହି ବନ୍ଧୁର ସଂରଚନା ଆମ ଜିଭକୁ ବାଲି କାଗଜ ଭଳି ଲାଗେ। ଏହା ଜିଭ ଟିସୁର କୋମଳ ପ୍ରକୃତିଠାରୁ ଭିନ୍ନ। ଏହାର ମିଶ୍ରଣ କରି ବୈଜ୍ଞାନିକମାନେ ପ୍ରୟୋଗଶାଳାରେ ଜିଭର ନକଲ କରିବାକୁ ଚେଷ୍ଟା କରିଛନ୍ତି।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭାରତ ବିସ୍ମୟ ବାଳକ- ବୟସ ମାତ୍ର ୪ ବଜାଉଛନ୍ତି ତାଳରେ ଢୋଲ:ଦେଖନ୍ତୁ ଶୁଣନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ମ୍ୟାଚ୍‌ ମଝିରେ ମ୍ୟାଚିଙ୍ଗ୍‌: ଅଷ୍ଟ୍ରେଲୀୟ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଭାରତୀୟ ଯୁବକ, ଭିଡିଓ ଭାଇରାଲ..