ଜାନୁଆରୀ ୧ରୁ ଟୋଲ୍ ପ୍ଲାଜାରେ ଫାସ୍‌ ଟ୍ୟାଗ୍ ବାଧ୍ୟତାମୂଳକ, ନଗଦ ଦେଣ-ନେଣ ସୁବିଧା ହେବ ବନ୍ଦ

ଉତ୍ତରପ୍ରଦେଶ ୨୨।୧୧ : ଉତ୍ତରପ୍ରଦେଶରେ ୨୦୨୦ ଜାନୁଆରୀ ୧ରୁ ସମସ୍ତ ୪ ଚକିଆ ଯାନବାହନ ପାଇଁ ଫାସ୍‌ ଟ୍ୟାଗ୍‌କୁ ବାଧ୍ୟତାମୂଳକ କରି ଦିଆଯାଇଛି। ଡିଜିଟାଲାଇଜେସନ୍‌କୁ ପ୍ରୋତ୍ସହନ ଦେବା ପାଇଁ କେନ୍ଦ୍ର ସରକାର ଦେଶର ସମସ୍ତ ଟୋଲ ପ୍ଲାଜମାରେ ନଗଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ହଟାଉଛନ୍ତି।

ଏହି ପରିପ୍ରେକ୍ଷୀରେ, ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ଏନ.ଏନ୍ ଗିରି କହିଛନ୍ତି ଯେ, ଡିସେମ୍ବର ୩୧ ସୁଦ୍ଧା କେନ୍ଦ୍ର ସରକାର ଫାସ ଟ୍ୟାଗ୍ ୧୦୦ ପ୍ରତିଶତ ବ୍ୟବହାର କରିବାକୁ ଚାହୁଁଛନ୍ତି। ଯଦି ଗାଡି ମାଲିକ ସେମାନଙ୍କ ଗାଡିରେ ଫାସ୍‌ ଟ୍ୟାଗ୍ ନଲଗାନ୍ତି, ତେବେ ଜାନୁୟାରୀ ୧ ରୁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ନଭେମ୍ବର ୧୫କୁ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରିଛନ୍ତି। ଏହା ପରେ ଲକ୍ଷ୍ନୌର ଇଟୁଞ୍ଜା ଏବଂ ଦକ୍ଷିନା ଟୋଲ୍ ପ୍ଲାଜାରେ ଜାନୁଆରୀ ୧ଠାରୁ ସମସ୍ତ ଚାରି ଚକିଆ ଯାନବାହନ ଉପରେ ଫାସ୍‌ ଟ୍ୟାଗ୍‌ ବାଧ୍ୟତାମୂଳକ କରିଦିଆଯିବ।

ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଅନୁସାରେ, ଫାସ୍‌ ଟ୍ୟାଗ୍‌ ଇ-କର୍ମସ ଓ୍ବେବସାଇଟ୍‌ ଆମାଜନ୍‌, ଫ୍ଲିପକାର୍ଟ, ସ୍ନାପଡିଲ୍‌ ଏବଂ ପେଟିଏମ୍‌ରେ ଉପଲବ୍ଧ ରହିଛି। ବ୍ୟାଙ୍କ ଏବଂ ପେଟ୍ରୋଲ ପମ୍ପରେ ମଧ୍ୟ ଫାସ୍‌ ଟ୍ୟାଗ୍‌ କିଣିପାରିବେ। ବ୍ୟାଙ୍କରୁ ଫାସ୍‌ ଟ୍ୟାଗ ନେବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ କି, ଯେଉଁ ବ୍ୟାଙ୍କରେ ଆପଣଙ୍କ ଆକାଉଣ୍ଟ ଅଛି ସେହିଠାରୁ କିଣନ୍ତୁ। ଏହା ବ୍ୟତୀତ ଫାଷ୍ଟାଗ୍ କିଣିବା ପାଇଁ, ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡିର ପଞ୍ଜୀକରଣର ଏକ ଫଟୋ କପି ଦରକାର । ଏହି ସମୟରେ ଆପଣ ଫଟୋ କାର୍ଡ ଭାବରେ ଆଧାର କାର୍ଡ, ପାସପୋର୍ଟ କିମ୍ବା ପାନ୍ କାର୍ଡ ବ୍ୟବହାର କରିପାରିବେ ।