PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ପୁଣି ଫାଷ୍ଟ୍ୟାଗ୍‌ ଡେଡ୍‌ଲାଇନ୍‌ ମାସେ ବଢ଼ିଲା, ୧୫ ଜାନୁଆରୀ ଆରମ୍ଭ ହେବ ଫାଷ୍ଟ୍ୟାଗ୍

ନୂୂଆଦିଲ୍ଲୀ ୧୫/୧୨: ଟୋଲ୍‌ ପ୍ଲାଜାରେ ଫାଷ୍ଟ୍ୟାଗ୍‌ ବ୍ୟବସ୍ଥାକୁ ଡିସେମ୍ବର ୧୫ରୁ ବାଧ୍ୟତାମୂଳକ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ବଜାରରେ ଟ୍ୟାଗ୍‌ ଅଭାବ ଥିବାରୁ ଏହାକୁ ମାସେ କୋହଳ କରାଯାଇଛି । ଅର୍ଥାତ୍‌ ଆଉ ମାସେ ପରେ ଫାଷ୍ଟ୍ୟାଗ୍‌କୁ ବାଧ୍ୟତାମୂଳକ କରାଯିବ । ଫାଷ୍ଟ୍ୟାଗ୍‌ ବାଧ୍ୟତାମୂଳକ ହେବା ଦ୍ୱାରା କେବଳ ଅନ୍‌ଲାଇନ୍‌ରେ ଟୋଲ୍‌ ଦେୟ ଦେବାକୁ ହେବ । ନଚେତ୍‌ ଗାଡ଼ି ମାଲିକଙ୍କୁ ଦୁଇଗୁଣ ଜରିମାନା ଗଣିବାକୁ ପଡ଼ିବ । ପୂର୍ବରୁ ଡିସେମ୍ବର ପହିଲାରୁ ଦେଶର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଫାଷ୍ଟ୍ୟାଗ୍‌ ଜରିଆରେ ଟୋଲ୍‌ ଫି’ ପେମେଣ୍ଟକୁ ବାଧ୍ୟତାମୂଳକ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ପରେ ଏହି ଡେଡ୍‌ଲାଇନ୍‌କୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ଏହାକୁ ପୁଣି ମାସେ ସମ୍ପ୍ରସାରଣ କରାଯାଇଛି ।

ଫାଷ୍ଟ୍ୟାଗ୍‌ ହେଉଛି ଏକ ଷ୍ଟିକର୍‌, ଯାହାକି ଯାନବାହନର ସାମ୍ନା କାଚରେ ଲଗାଇବାକୁ ପଡ଼ିଥାଏ । ଏହି ଷ୍ଟିକର୍‌ ଯାନବାହନର ରେଡିଓ ଫ୍ରିକ୍ୱେନ୍‌ସି ପରିଚୟପତ୍ର ଭାବେ କାର୍ଯ୍ୟ କରିଥାଏ । ଟୋଲ୍‌ ପ୍ଲାଜାରେ ଯାତାୟାତ ବେଳେ ଗାଡ଼ିକୁ ନ ଅଟକାଇ ଫାଷ୍ଟ୍ୟାଗ୍‌ ଜରିଆରେ ଯାନବାହନ ପାଇଁ ଟୋଲ୍‌ ଫି’ ପ୍ରଦାନ କରାଯାଇ ପାରିବ । ସୂଚନା ଥାଉକି, ଏବେ ଦେଶର ୪୫୦ଟି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଟୋଲ୍‌ ପ୍ଲାଜାରେ ଫାଷ୍ଟ୍ୟାଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।
ରାଜପଥ ମନ୍ତ୍ରାଳୟ ନିକଟରୁ ମିଳିଥିବା ସୂଚନା ଅନୁସାରେ, ସାରା ଦେଶରେ ବାଧ୍ୟତାମୂଳକ ଫାଷ୍ଟ୍ୟାଗ୍‌ ବ୍ୟବସ୍ଥା ପ୍ରଚଳନ ହେବ ।

ଏଣୁ ସବୁ ଯାନବାହନ ମାଲିକଙ୍କୁ ଫାଷ୍ଟ୍ୟାଗ୍‌ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରୋତ୍ସାହିତ କରାଯାଉଛି । ଜାତୀୟ ରାଜପଥ ଦେୟ ନିୟମ, ୨୦୦୮ ମୁତାବକ, ଟୋଲ୍‌ ପ୍ଲାଜାରେ କେବଳ ଫାଷ୍ଟ୍ୟାଗ୍‌ ବ୍ୟବହାରକାରୀଙ୍କ ପାଇଁ ଲେନ୍‌ ସଂରକ୍ଷଣ ରହିବ। ଏଣୁ ଅଣ-ଫାଷ୍ଟ୍ୟାଗ୍‌ ବ୍ୟବହାରକାରୀଙ୍କୁ ଏହି ଲେନ୍‌ରେ ଯାତାୟାତ ପାଇଁ ସାଧାରଣ ରାଜପଥ ଶୁଳ୍କ ତୁଳନାରେ ଦ୍ୱିଗୁଣା ଦେୟ ଦେବାକୁ ହେବ । ତେବେ ପ୍ରତି ଟୋଲ୍‌ ପ୍ଲାଜାରେ ଗୋଟିଏ ଲେଖାଏଁ ହାଇବ୍ରିଡ୍‌ ଲେନ୍‌ ରହିବ, ଯେଉଁଠାରେ ଅତିବଡ଼ ଯାନବାହନ ଯାତାୟାତକୁ ପରିଚାଳନା କରାଯିବ ଏବଂ ଫାଷ୍ଟ୍ୟାଗ୍‌ ଓ ଅନ୍ୟ ମୋଡ୍‌ର ପେମେଣ୍ଟ ଗ୍ରହଣ ହେବ । ତେବେ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଏହି ଲେନ୍‌କୁ ମଧ୍ୟ ବାଦ୍‌ ଦିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।

ସମ୍ବନ୍ଧିତ ଖବର