ଘୁଞ୍ଚିଲା ଡେଡଲାଇନ୍, ୧୫ ଡିସେମ୍ବରରୁ ଆରମ୍ଭ ହେବ ଫାଷ୍ଟ୍ୟାଗ୍

ଭୁବନେଶ୍ୱର ୨୯/୧୧: ବଢିଲା ଫାଷ୍ଟଟ୍ୟାଗ୍ ଡେଡଲାଇନ୍ ।  ୧୫ ଡିସେମ୍ବରରୁ ଆରମ୍ଭ ହେବ ଫାଷ୍ଟ୍ୟାଗ୍  । ପୂର୍ବରୁ ଏହା ଡିସେମ୍ବର ପହିଲା ବୋଲି ନିର୍ଦ୍ଧାରିତ ହୋଇଥିଲା କିନ୍ତୁ  ଏବେ ଏହି ତାରିଖ ୧୫ ଡିସେମ୍ବରକୁ ଘୁଞ୍ଚିଛି । ଏନେଇ ସୂଚନା ଦେଇଛି ସଡକ ପରିବହନ ମନ୍ତ୍ରଣାଳୟ ।

ଏହି ଟ୍ୟାଗ୍ ଦ୍ବାରା ଗାଡିକୁ ଆଉ ଟୋଲ୍ ଗେଟରେ ଠିଆ ହେବାକୁ ପଡିବନି । ଏବେ ଟୋଲ୍ ଗେଟରେ ନଗଦ ଟଙ୍କା ନିଆଯିବନି । ଫାଷ୍ଟ ଟ୍ୟାଗ୍ ଜରିଆରେ ଅନଲାଇନରେ ଗାଡି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ୍ ଗେଟ୍ ପାଇଁ ଟଙ୍କା କଟିବ । ଫାଷ୍ଟ୍ୟାଗ୍ ସ୍କାନ ହେବା ପରେ ଗାଡି ଚାଳକଙ୍କ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ । ଟୋଲ୍ ଫି ଚୋରି ରୋକିବାକୁ ଏହି ଫାସଟ୍ୟାଗ୍ କୁ ବାଧ୍ୟତାମୂଳକ କରାଯାଇଛି ।

   ସମ୍ବନ୍ଧିତ ଖବର


ପୁଣି ୧୭ ଜୀବନ ନେଲା କରୋନା, ମୃତକଙ୍କ ସଂଖ୍ୟା ୧୭ଶହ ଟପିଲା

୨୪ଘଣ୍ଟା ଆଉ ୬୪୪ କରୋନା ପଜିଟିଭ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫କୁ ବୃଦ୍ଧି

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି