PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଏଫ୍‌ଏଟିଏଫ୍‌ର କଳା ତାଲିକାରେ କାଙ୍ଗାଳ ପାକିସ୍ତାନ

ନୂଆଦିଲ୍ଲୀ ୨୪/୮ : ଆତଙ୍କବାଦକୁ ପ୍ରଶୟ ଦେଇ ଆସୁଥିବା କାଙ୍ଗାଳ ପାକିସ୍ତାନକୁ ଆଉ ଏକ ବଡ଼ ଝଟ୍‌କା ମିଳିଛି । ଏହା ଆତଙ୍କବାଦୀ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଉଛି ତାହା ଏବେ ପ୍ରମାଣିତ । ଟେରର ଫଣ୍ଡିଂକୁ ରୋକିବାରେ ବିଫଳତା ଦେଶକୁ ମହଙ୍ଗା ପଡ଼ିଛି । ଅନ୍ତର୍ଜାତୀୟ ଆତଙ୍କବାଦ ବିତ୍ତପୋଷଣ(ଟେରର୍‌ ଫଣ୍ଡିଂ) ଉପରେ ନଜର ରଖୁଥିବା ସଂସ୍ଥା ‘ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌)ର ଏସିଆ ପ୍ରଶାନ୍ତ ଶାଖା ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି ।

ପୂର୍ବରୁ ଏଫ୍‌ଏଟିଏଫ୍‌ ଏହାକୁ ଗ୍ରେ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା । ଦେଶ ଆତଙ୍କବାଦର ଆଡ୍ଡା ସ୍ଥଳ ପାଲଟିଛି ତାହା ଏହି ନିଷ୍ପତ୍ତିରୁ ପ୍ରମାଣିତ ହୋଇଛି । ଦେଶର କଳା ଚେହେରା ଉପରୁ ପରଦା ହଟିଛି । ସମଗ୍ର ବିଶ୍ୱ ଏହାର ପ୍ରକୃତ ଚେହେରା ଜାଣିବାକୁ ପାଇଛି । କଳା ତାଲିକାଭୁକ୍ତ ହେବା ପରେ ଏବେ ବିଶ୍ୱ ବ୍ୟାଙ୍କ, ଆଇଏମ୍‌ଏଫ୍‌, ଏଡିବି ଭଳି ସଂସ୍ଥାଗୁଡିକରୁ ପାଣ୍ଠି ପାଇବା ଏହା ପାଇଁ କାଠିକର ପାଠ୍‌ ହେବ ।

କରଜରେ ବୁଡ଼ି ରହିଥିବା ପାକିସ୍ତାନ ଅର୍ଥନୀତି ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ । ଅର୍ଥନୀତି ଅବସ୍ଥା ଏବେ ଶୋଚନୀୟ । ଏପଟେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧରେ ଚକ୍ରାନ୍ତ କରିବାରେ ବ୍ୟସ୍ତ । ସେପଟେ ଅର୍ଥନୀତି ଅବସ୍ଥା ଅସମ୍ଭାଳ । ବୋଝ ଉପରେ ନଳିତାବିଡାସ୍ୱରୂପ ଏବେ କଳା ତାଲିକାଭୁକ୍ତ ହୋଇଛି ଅର୍ଥନୀତି । ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ପରିବର୍ତ୍ତେ ଭାରତ ବିରୋଧରେ ଚକ୍ରାନ୍ତ ପାକିସ୍ତାନକୁ ବୁଡାଇବା ଥୟ ।

ଅଷ୍ଟ୍ରେଲିଆର ରାଜଧାନୀ କ୍ୟାନ୍‌ମେରାରେ ଆୟୋଜିତ ଏଫ୍‌ଏଟିଏଫ୍‌ର ଏସିଆ ପାସିଫିକ୍‌ ଶାଖାର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଫ୍‌ଏଟିଏଫ୍‌ ଏହା ଜାଣିବାକୁ ପାଇଛି ଯେ, ବେଆଇନ ଅର୍ଥ କାରବାର ଏବଂ ଟେରର୍‌ ଫଣ୍ଡିଂ ସହ ଜଡ଼ିତ ୪୦ଟି ମାନଦଣ୍ଡ ମଧ୍ୟରୁ ପାକ୍‌ ୩୨ଟିରେ ବିଫଳ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏହାକୁ କଳା ତାଲିକାଭୁକ୍ତ କରାଯାଇଛି । ଏବେ ଏହା ଗ୍ରେ ତାଳିକାରୁ ବାହାରିବା ସମ୍ଭାବନା କମ୍‌ । ଏଫ୍‌ଏଟିଏଫ୍‌ ଶୁକ୍ରବାର କହିଥିଲା ଯେ, ପାକିସ୍ତାନ ଟେରର୍‌ ଫଣ୍ଡିଂ ବିରୋଧରେ ନିଜର ଆକ୍ସନ ପ୍ଲାନ ଆଣିବାରେ ବିଫଳ ହୋଇଛି ।

୨୦୧୯ ଜାନୁଆରୀ ପରେ ମେ’ ଡେଡ୍‌ଲାଇନ୍‌ ମଧ୍ୟ ସରିଛି । କିନ୍ତୁ ପାକ୍‌ ଆତଙ୍କବାଦ ବିରୋଧରେ ଏହାର ଆକ୍ସନ ପ୍ଲାନ୍‌ ଆଣିପାରିନାହିଁ । ତେବେ ଆସନ୍ତା ଅକ୍ଟୋବର ସୁଦ୍ଧା ଆକ୍ସନ ପ୍ଲାନ୍‌ ଆଣିବା ପାଇଁ ପାକିସ୍ତାନକୁ କଡ଼ା ଚେତାବନି ଦିଆଯାଇଛି । ପାକିସ୍ତାନ ଗତ ବର୍ଷେ ହେବ ଏଫ୍‌ଏଟିଏଫ୍‌ର ଗ୍ରେ ତାଲିକାରେ ଅଛି ।

କଳା ତାଲିକାଭୁକ୍ତ ହେବା ପରେ କ’ଣ ହେବ:- ଏଫ୍‌ଏଟିଏଫ୍‌ ପକ୍ଷରୁ କଳା ତାଲିକାଭୁକ୍ତ କରାଯିବା ଅର୍ଥ ହେଉଛି ସମ୍ପୃକ୍ତ ଦେଶ ବେଆଇନ ଅର୍ଥ କାରବାର ଏବଂ ଟେରର୍‌ ଫଣ୍ଡି ବିରୋଧରେ ସହଯୋଗ କରୁନାହିଁ । ପାକିସ୍ତାନ କଳା ତାଲିକାଭୁକ୍ତ ହେବା ପରେ ଏହାକୁ ବିଶ୍ୱ ବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌), ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି), ୟୁରୋପୀୟ ସଂଘ ଭଳି ସଂସ୍ଥାନରୁ ପାଣ୍ଠି ମିଳିବା କଷ୍ଟକର ହୋଇଯିବ । ଏହା ସହିତ ମୁଡିସ୍‌, ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍ସ(ଏସ୍‌ ଆଣ୍ଡ୍‌ ପି) ଏବଂ ଫିଚ୍‌ ଭଳି ଏଜେନ୍ସିଗୁଡିକୁ ଏହାର ରେଟିଂ କମାଇବେ । ୨୦୦୦ ମସିହାରୁ ଏଫ୍‌ଏଟିଏଫ୍‌ କଳା ତାଲିକା ଜାରି କରିଆସୁଛି ।

ସମ୍ବନ୍ଧିତ ଖବର