PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ଗରିବ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା; ବ୍ଲାକଲିଷ୍ଟରେ ସାମିଲ କଲା ଏଫ୍ଏଟିଏଫ୍

ନୂଆଦିଲ୍ଲୀ ୨୩।୮: ଗରିବ ପାକିସ୍ତାନକୁ ପୁଣି ଲାଗିଛି ଶକ୍ତ ଝଟକା। ଏହି ଦେଶ ଆଗକୁ ଆହୁରି ଖରାପ ଦିନ ଦେଖିବାକୁ ପଡ଼ିପାରେ । କାରଣ ଆତଙ୍କବାଦୀଙ୍କୁ ଆର୍ଥିକ ଫଣ୍ଡିଂ ସହାୟତା ରୋକିବାରେ ବିଫଳ ହେବା ପରେ ଫାଇନାନସିଆଲ ଆର୍ସନ ଟାସ୍କ ଫୋର୍ସ (ଏଫଏଟିଏଫ୍) ପାକିସ୍ତାନକୁ ବ୍ଲାକଲିଷ୍ଟ କରିଛି ।

ଭାରତୀୟ ଅଧିକାରୀଙ୍କ କହିବାନୁସାରେ, ଏଫଟିଏଫର ଏସିଆ ପ୍ରଶାନ୍ତ ସମୂହ ପାକିସ୍ତାନକୁ ସାରା ବିଶ୍ୱ ପାଇଁ ବିପଦ ବୋଲି ମୂଲ୍ୟାଙ୍କନ କରିଛନ୍ତି । ଫଳରେ ତାକୁ କଳାତାଲିକାଭୁକ୍ତ କରାଯାଇଛି । ଏଫଟିଏଫ ପାକିସ୍ତାନ ଅର୍ଥ ପ୍ରଦାନ କରିବା ମାମଲାରେ ୪୦ରୁ ୩୨ଟି ସର୍ତ ପାଳନ କରୁନଥିବା କହିଛି ।

ପାକିସ୍ତାନକୁ ୨୦୧୮ ମସିହା ଜୁନ ମାସରେ ଗ୍ରୁପ ସି’ ରେ ରଖାଯାଇଥିଲା । ଅକ୍ଟୋବର ୨୦୧୮ ଏବଂ ଫେବ୍ରୁଆରୀ ୨୦୧୯ରେ ହୋଇଥିବା ରିଭ୍ୟୁରେ ମଧ୍ୟ ପାକିସ୍ତାନକୁ ଆଶ୍ୱସ୍ତି ମିଳିନଥିଲା । ପାକ୍ ଏଫଟିଏଫର ସୁପାରିଶରେ କାମ କରିବାରେ ବିଫଳ ହୋଇଥିଲା ।

ଏଫଟିଏଫ କ’ଣ ?

ଏଫଟିଏଫ ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥା । ଏହା ଦେଶର ଆର୍ଥିକ ନେଣଦେଣ ପ୍ରକ୍ରିୟା ଉପରେ ନଜର ରଖିଥାଏ । ଏଥିପାଇଁ ମାନକ ନିର୍ଧାରିତ କରିଥାଏ । ୧୯୮୯ରେ ଏହାକୁ ସ୍ଥାପନ କରାଯାଇଥିଲା । ଏହାର ବୈଠକରେ କୌଣସୀ ଦେଶ ଆତଙ୍କବାଦୀଙ୍କୁ ପାଣ୍ଠିଂ ଯୋଗାଇବା ଓ ମନି ଲଣ୍ଡ୍ରିଂ ରୋକିବାରେ କେତେ ମାତ୍ରାରେ ପ୍ରଗତି କରିଛି ସେନେଇ ସମୀକ୍ଷା ହୋଇଥାଏ । ପ୍ୟାରିସକୁ ଏହା ସଂଚାଳିତ ହୋଇଥାଏ ।