PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପୁଣି ଅନରକିଲିଂ: ପ୍ରେମ ସମ୍ପର୍କ ପାଇଁ ନାବାଳିକା ଝିଅ ଓ ପୁତୁରାକୁ ହତ୍ୟା କଲା ବାପା

ଜମୁଇ,୩୧।୫:ପ୍ରାୟ ଅଡ଼େଇ ମାସ ପୂର୍ବେ ବିହାରର ଜାମୁଇରେ ଜଣେ ନାବାଳିକା ଏବଂ ଯୁବକଙ୍କ ମୃତଦେହ ମିଳିଥିଲା। ସେତେବେଳେ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ତେବେ ତେଵେ ତଦନ୍ତ ପରେ ଏହା ଅନରକିଲିଂ ମାମଲା ବୋଲି ଜଣାପଡିଛି। ପ୍ରାୟ ଅଢେଇ ମାସ ପରେ ପୋଲିସ ଏହି ମାମଲାରେ ନାବାଳିକାଙ୍କ ବାପାଙ୍କୁ ଗିରଫ କରିଛିl ଝାଝା ଥାନା ଅନ୍ତର୍ଗତ ପେରଗହା ଗାଁ ନିବାସୀ ତୁଫାନୀ ଯାଦବ (୩୫)କୁ ପୋଲିସ ଗିରଫ କରିଛି l

ଜାଜା ପୋଲିସ ଷ୍ଟେସନର ଏସଏଚଓ ଶ୍ରୀକାନ୍ତ କୁମାର କହିଛନ୍ତି ଯେ ତୁଫାନୀ ଯାଦବଙ୍କ ଝିଅ ଗୁଡୟା କୁମାରି (୧୬ ) ଏବଂ ପୁତୁରା କୁନ୍ଦନ କୁମାର (୧୮) ପରସ୍ପରକୁ ଭଲ ପାଉଥିଲେl ଏହା ଭିତରେ ୧୧ ମାର୍ଚ୍ଚ ରେ ଦୁହେଁ ନିଖୋଜ ହୋଇଯାଇଥିଲେ। ମାର୍ଚ୍ଚ ୧୪ ରେ ସେମାନଙ୍କ ମୃତଦେହ ଜାଜା ପୋଲିସ ଷ୍ଟେସନ ଅଞ୍ଚଳର ନାକତି ଡ୍ୟାମରେ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ସମ୍ପର୍କୀୟମାନେ ଭାବୁଥିଲେ ଯେ ସେମାନେ ଆତ୍ମହତ୍ୟା କରିଛନ୍ତି। ପୋଲିସ ନିକଟରେ ଦୁହିଁଙ୍କ ପୋଷ୍ଟମର୍ଟମ ରିପୋର୍ଟ ପାଇଥିଲା, ଯେଉଁଥିରେ ସେମାନଙ୍କୁ ହତ୍ୟା କରାଯାଇଥିବାରେ ସ୍ପଷ୍ଟ କରାଯାଇଥିଲା।

ପୋଲିସର କହିବା ଅନୁସାରେ, ତୁଫାନୀ ଯାଦବ ଏବଂ ତାଙ୍କର ପାଞ୍ଚ ସମ୍ପର୍କୀୟଙ୍କ ନାମ ହତ୍ୟାକାଣ୍ଡରେ ବାହାରିଥିଲା। ଏହି ଲୋକମାନେ ଉଭୟଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ଜାମୁଇ ଏସପି ପ୍ରମୋଦ କୁମାର ମଣ୍ଡଳ କହିଛନ୍ତି ଯେ ‘ପୋଲିସ ମୃତଦେହ ପାଇବା ପରେ ଷଡଯନ୍ତ୍ର ହେବାର ଆଶଙ୍କା ଥିଲା, କିନ୍ତୁ ଯଥେଷ୍ଟ ପ୍ରମାଣକୁ ଅପେକ୍ଷା କରାଯାଇଥିଲା। ପରେ ପୋଷ୍ଟ ମର୍ଟମ ରିପୋର୍ଟ ଏବଂ ତଦନ୍ତ ପରେ ଜଣାପଡିଛି ଯେ ଉଭୟଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା ଏବଂ ପରେ ସେମାନଙ୍କ ମୃତଦେହ ଡ୍ୟାମରେ ପକାଯାଇଥିଲା। ପୋଲିସ ପଚରା ଉଚରା ବେଳେ ଅଭିଯୁକ୍ତ ତୁଫାନୀ ଯାଦବ ସବୁ ସ୍ୱୀକାର କରିଥିଲାl ମୁଖ୍ୟ ଅଭିଯୁକ୍ତ ତୁଫାନୀ ଯାଦବ ସହ ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତିl