PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ପୁଅ ପାଇଁ ଔଷଧ ଆଣିବାକୁ ୩୦୦ କି.ମି ସାଇକେଲ ଚଲାଇ ଗଲା ଦିନ ମଜୁରିଆ ବାପା

ନୂଆଦିଲ୍ଲୀ, ୦୧/୦୬ : ଗତବର୍ଷ ଲକଡାଉନ ବେଳେ ଏଭଳି ବହୁ କାହାଣୀ ଚର୍ଚ୍ଚାକୁ ଆସିଥିଲା ଯେଉଁମାନଙ୍କ କାହାଣୀ ଶୁଣି ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଏଥର ଲକଡାଉନରେ ଏଭଳି ଜନେ ପିତାଙ୍କ କାହାଣୀ ଚର୍ଚ୍ଚାକୁ ଆସିଛି। ପୁଅ ପାଇଁ ଔଷଧ ଆଣିବାକୁ ୩୦୦ କି.ମି ସାଇକେଲରେ ଯାତ୍ରା କଲେ ପିତା। କର୍ଣ୍ଣାଟକର ମହୀଶୂର ଜିଲ୍ଲା କୋପଲ୍ଲୁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି ଗାଁର ୪୫ ବର୍ଷୀୟ ଆନନ୍ଦ ପେଶେ ଜଣେ ଦିନ ମଜୁରିଆ। ତାଙ୍କ ପୁଅ ପ୍ରାୟ ଅସୁସ୍ଥ ରୁହନ୍ତି। ବେଙ୍ଗାଲୁରୁର ନିମହଂସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ପୁଅକୁ ଏକ ଔଷଧ ୧୮ ବର୍ଷ ଯାଏଁ ଖାଇବାକୁ ପଡ଼ିବ। ତାହେଲେ ଯାଇ ସେ ସମ୍ପୂର୍ଣ୍ଣ ରୂପେ ଠିକ୍ ହେବାର ସମ୍ଭାବନା ରହିଛି। ତାଙ୍କ ପୁଅ ପାଇଁ ଏହି ଔଷଧ ଆଣିବାକୁ ତାଙ୍କୁ ସାଇକେଲରେ ବେଙ୍ଗାଲୁର ଯିବାକୁ ପଡ଼ିଥିଲା।

ଔଷଧ ଆଣିବାକୁ ଯିବାକୁ ଗାଡି ଭଡା କରିବାକୁ ଆନନ୍ଦଙ୍କ ନିକଟରେ ପଇସା ନାହିଁ। ତେଣୁ ସେ ବାଧ୍ୟ ହୋଇ ସାଇକେଲରେ ବାହାରିଥିଲେ। ତେବେ ତାଙ୍କର ଏହି ଯାତ୍ରା ସହଜ ନଥିଲା। ବହୁ ସ୍ଥାନରେ ତାଙ୍କୁ ପୋଲିସ ଅଟକାଇଥିଲା। ଏପରିକି ରାସ୍ତାରେ ତାଙ୍କ ନିକଟରେ ଖାଦ୍ୟ ଖାଇବାକୁ ପଇସା ନଥିଲା। ସେ ଖାଲି ପେଟରେ ଯାତ୍ରା କରିଛନ୍ତି।

ଆନନ୍ଦ କହିଛନ୍ତି ଯେ, ତାଙ୍କ ପୁଅ ୬ ମାସର ହୋଇଥିବା ବେଳୁ ଏହି ରୋଗରେ ପୀଡିତ ଅଛନ୍ତି। ପିଲାବେଳୁ ତାଙ୍କ ପୁଅର ଔଷଧ ସେ ମିସ୍ କରିନାହାଁନ୍ତି। ବେଙ୍ଗାଲୁର ନିମହଂସ ହସ୍ପିଟାଲରେ ଏହି ଔଷଧ ମାଗଣାରେ ମିଳେ। ପ୍ରତି ୨ ମାସରେ ସେ ଔଷଧ ଆଣିବାକୁ ଯାଆନ୍ତି। ଏଥର ଲକଡାଉନ ପାଇଁ ତାଙ୍କୁ ସାଇକେଲରେ ଯିବାକୁ ପଡିଲା। ଆନନ୍ଦ ରବିବାର ଦିନ ଔଷଧ ନେବାକୁ ବାହାରିଥିଲେ। ସେହିଦିନ ରାତିରେ ପହଞ୍ଚିଯାଇଥିଲେ। ଏହାପରେ ରାତିରେ ଏକ ମନ୍ଦିରରେ ରହିଥିଲେ। ପରଦିନ ସକାଳେ ଔଷଧ ଆଣିଥିଲେ ଓ ସେହିଦିନ ସନ୍ଧ୍ୟାରେ ଘରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର