ସ୍କୁଲ ଫି’ ଦେଇନପାରିବାରୁ ଛାତ୍ରୀଙ୍କୁ ପରୀକ୍ଷା ହଲରେ ଠିଆ ହୋଇ ପରୀକ୍ଷା ଦେବାକୁ କହିଲେ ପ୍ରଧାନଶିକ୍ଷକ

ଭୋପାଲ,୨।୩: ମଧ୍ୟପ୍ରଦେଶର ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ଫି ଦେଇନପାରିବାରୁ ଦୁଇ ଦିନ ପର୍ଯ୍ୟନ୍ତ ଠିଆ ହୋଇ ପରୀକ୍ଷା ଦେବାକୁ କହିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏଭଳି ଅମାନବୀୟ ଘଟଣା ରାଜଧାନୀ ଭୋପାଳର ସରସ୍ବତୀ କୋଏଡ ହାୟର ସେକେଣ୍ଡାରୀ ସ୍କୁଲରେ ଦେଖିବାକୁ ମିଳିଛି।
କୈାଣସି କାରଣ ବଶତଃ ଝିଅର ବାପା ସ୍କୁଲ ଫି ଦେଇପାରିନଥିଲେ। ଯେଉଁ କାରଣରୁ ସ୍କୁଲ କର୍ତ୍ତୃପକ୍ଷ ପରୀକ୍ଷା ହଲରେ ଠିଆ ହୋଇ ପରୀକ୍ଷା ଦେବାକୁ କହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରୀର ବୟାନ ରେକର୍ଡ କରିଛନ୍ତି। ଏହାର ଯାଞ୍ଚ ପୁରା ହୋଇସାରିବା ପରେ ଯଦି ପରିଚାଳକ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଦୋଷୀକୁ ଦଣ୍ଡ ଦିଆଯିବା ସହିତ ସ୍କୁଲର ମାନ୍ୟତା ଶେଷ ହୋଇଯିବ ବୋଲି ସେ କହିଛନ୍ତି।
ସ୍କୁଲର ପ୍ରଧାନଶିକ୍ଷକଙ୍କ ଆଦେଶକୁ ମାନି ଅନ୍ୟ ଶିକ୍ଷକ ଜଣକ ଛାତ୍ରୀଙ୍କୁ ଜାଗାରେ ବସାଇବାକୁ ଦେଇନଥିଲେ। ମାତ୍ର ଛାତ୍ରୀ ଜଣକ ଶିକ୍ଷକଙ୍କୁ ବହୁତଥର କହିଥିଲେ ମାତ୍ର ସେ ଶୁଣିନଥିଲେ। ଦୁଇ ଦିନ ପର୍ଯ୍ୟନ୍ତ ନିର୍ଯ୍ୟାତନା ସହିବା ପରେ ଛାତ୍ରୀ ଜଣକ ବାପାଙ୍କ ଆଗରେ ସବୁ କଥା କହିଥିଲେ। ଏହି ଘଟଣାଟି ଘଟିବା ପରେ ସ୍କୁଲ ପ୍ରଧାନଶିକ୍ଷକ ଅଜୟ ଖାଡେଙ୍କ ସହିତ କଥା ବର୍ତ୍ତା ହେବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ସେ ଏହି ପ୍ରଶ୍ନର କୈାଣସି ଉତ୍ତର ଦେଇନଥିଲେ।
ଛାତ୍ରୀଙ୍କ ବାପାଙ୍କ କହିବାନୁସାରେ, ତାଙ୍କ ଝିଅ ଦୁଇ ଦିନ ପର୍ଯ୍ୟନ୍ତ ନିର୍ଯ୍ୟାତିତ ହେଉଥିଲା। ଗୁରୁବାର ରାତିରେ ସେ କାନ୍ଦି କାନ୍ଦି କହିଲା କି, ତୁମେ ସ୍କୁଲରେ ଟଙ୍କା ଜମା କରିଦିଅ ନେହେଲେ ଆଜି ବି ଠିଆ ହୋଇ ପରୀକ୍ଷା ଦେବାକୁ ପଡ଼ିବ। ସ୍କୁଲର ପ୍ରଧାନଶିକ୍ଷକ ଠିଆ ହୋଇ ପରୀକ୍ଷା ଦେବା ପାଇଁ କହିଛନ୍ତି ବୋଲି ଛାତ୍ରୀ ଜଣକ କହିଛି। ଏହାପରେ ଛାତ୍ରୀର ବାପା ସ୍କୁଲକୁ ଯାଇ ପ୍ରଧାନଶିକ୍ଷକଙ୍କ ସହିତ କଥା ହୋଇଥିଲେ। ପ୍ରଧାନଶିକ୍ଷକ କହିଲେ କି, ଯେଉଁ ଶିକ୍ଷକଙ୍କ ଆଗରେ ଠିଆ ହୋଇ ସେ ପରୀକ୍ଷା ଦେଇଛି ସେହି ଶିକ୍ଷକଙ୍କୁ ଡାକ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କମଲନାଥ ଏହି ମାମଲା ସମ୍ପର୍କରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ସୂଚନା ଦେଇଛନ୍ତି।