PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

୧୩ ବର୍ଷର ପୁଅ ଚଳାଇଲା କାର୍‌, ବାପା ଗଣିଲେ ୨୫ ହଜାର ଟଙ୍କାର ତଣ୍ଡ

ରାୟଗଡ଼ା ୨୫/୧୨: ୧୩ ବର୍ଷର ପୁଅ ଚଳାଇଲା କାର୍‌ । ବାପା ଗଣିଲେ ୨୫ ହଜାର ତଣ୍ଡ । ପରିବହନ ଓ ପୁଲିସ କର୍ମଚାରୀ ପହଞ୍ଚି ଜରିମାନା ଆଦାୟ କଲେ । ରାୟଗଡ଼ା ସହରରେ ମଙ୍ଗଳବାର ଏଭଳି ଘଟଣା ଦେଖିବାକୁ ମିଳିଛି । ଜରିମାନା ଗଣିଛନ୍ତି ଅଶୋକ ନଗରରେ ରହୁଥିବା ଶିକ୍ଷକ ସେକ୍‌ ତାଫିରୁଦ୍ଦିନ ।

ସହରର ବ୍ୟସ୍ତବହୁଳ ରିଂ-ରୋଡରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଉକ୍ତ ଶିକ୍ଷକଙ୍କ ୧୩ ବର୍ଷର ପୁଅ ଏକ କାର୍‌ ଚଳାଇ ଯାଉଥିଲେ। ଗାଡ଼ିରେ ବସିଥିଲେ ଜଣେ ସମ୍ପର୍କୀୟ ଭାଇ। ଭାଇ ମଧ୍ୟ ନାବାଳକ ଥିଲେ। ଉଭୟ କାର୍‌ରେ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖି କାର୍‌କୁ ଅଟକାଇଥିଲେ । ପରେ ପରିବହନ କାର୍ଯ୍ୟାଳୟ ଓ ଥାନାକୁ ସୂଚନା ଦେଇଥିଲେ। ଆରଟିଓ ଦିଲ୍ଲୀପ କୁମାର ଦଳାଇ ଏବଂ ପୁଲିସ ଏସ୍‌ଆଇ ମାନସ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଗାଡ଼ି ଜବତ କରିଥିଲା । ଗାଡ଼ି ଯାଞ୍ଚ ରିପୋର୍ଟ ଅନ୍‌ଲାଇନରେ ଦାଖଲ କରି ପୁଲିସ ୨୫ ହଜାର ଟଙ୍କା ଫାଇନ୍‌ କରିଥିଲା । ଗାଡ଼ି ମାଲିକ ତଥା ନାବାଳକର ବାପା ତାଫିରୁଦ୍ଦିନଙ୍କଠାରୁ ଏହି ଜରିମାନା ଆଦାୟ କରାଯିବ କହି ଆର୍‌ଟିଓ କର୍ମକର୍ତ୍ତା ଗାଡିଟିକୁ ପରିବହନ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ସମ୍ପୃକ୍ତ ଶିକ୍ଷକ ଓ ତାଙ୍କ ନାବାଳକ ପୁଅ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଉଭୟଙ୍କୁ ପୁଲିସ ଓ ଆର୍‌ଟିଓ କର୍ମଚାରୀ କାଉନସେଲିଂ କରିଥିଲେ ।