ପୁଅ କ୍ୱାରେଣ୍ଟାଇନ୍‌ ଅବଧି ପୂରଣ ନ କରିବାରୁ ବାଡ଼ିରେ ପିଟି ପିଟି ହତ୍ୟା କଲା ବାପା

ଭୋପାଳ ୮/୫: ପୁଅ କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ସ୍ଥିରୀକୃତ କ୍ୱାରେଣ୍ଟାଇନ୍‌ ଅବଧି ପୂରା ନ କରିବାରୁ ତାକୁ ହତ୍ୟା କରିଛନ୍ତି ବାପା । ଏଭଳି ଏକ ସମ୍ୱେଦନଶୀଳ ଘଟଣା ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ଘଟିଛି । ମୃତକ ହେଲେ ବାଲାଘାଟର ଗଡ଼ିର ଟେକଚନ୍ଦ ।

ସୂଚନା ମୁତାବିକ, ଟେକଚନ୍ଦ ହାଇଦ୍ରାବାଦ ଭଳି ରେଡ୍‌ ଜୋନ୍‌ରୁ ଫେରିଥିଲେ । ତେଣୁ ତାଙ୍କ ଯୋଗୁ ଘରେ ଓ ଗାଁରେ ସଂକ୍ରମଣ ବ୍ୟାପିପାରେ ବୋଲି ତାଙ୍କର ବାପା ଆଶଙ୍କା କରିଥିଲେ । ଏହାପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବା ଲାଗି ସେ ଟେକଚନ୍ଦଙ୍କୁ ବହୁତ ବୁଝାଇଥିଲେ । କିନ୍ତୁ ସେ ନ ମାନିବାରୁ ତାଙ୍କୁ ବାଡ଼ିରେ ପିଟି ହତ୍ୟା କରିଥିବାର ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now