ଜେଜେବାପା ଚୌକିଦାର,ବାପା ଡ୍ରାଇଭର ଏବେ ପୁଅ ସେହି କୋର୍ଟରେ ହେଲେ ବିଚାରପତି

ଇନ୍ଦୋର,୨୨।୮: ମଧ୍ୟପ୍ରଦେଶର ୨୬ ବର୍ଷୀୟ ଯୁବକ ଚେତନ ବଜାଡ୍ ସୃଷ୍ଟି କରିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା। ସିଭିଲ ଜଜ୍ ବର୍ଗ-୨ ପରୀକ୍ଷାରେ ସଫଳତା ପାଇଛନ୍ତି। ତେବେ ସବୁଠାରୁ ବଡ କଥା ହେଲା ଯୁବକ ଜଣଙ୍କ ଯେଉଁ କୋର୍ଟରେ ଜଜ୍ ହୋଇଛନ୍ତି ସେଠାରେ ତାଙ୍କର ବାପା ଡ୍ରାଇଭର ଥିବା ବେଳେ ଏବେ ବିଚାରପତିଙ୍କ ଗାଡି ଚଳାଉଛନ୍ତି। ଏହା ପୂର୍ବରୁ ତାଙ୍କର ଜେଜେବାପା ଏହି କୋର୍ଟରେ ଚୌକିଦାର ଥିଲେ, କିନ୍ତୁ ଏବେ ଜଣେ ଡ୍ରାଇଭରଙ୍କ ପୁଅ ହୋଇପାରିଛନ୍ତି ବିଚାରପତି।

ମଧ୍ୟପ୍ରଦେଶ ହାଇକୋର୍ଟର ଜବଲପୁରରେ ଥିବା ଟେଷ୍ଟ ୟୁନିଟ୍ ବୁଧବାର ଚୟନ ସୂଚି ଜାରି କରିଥିଲା। ଏହି ସୂଚିରେ ସିଭିଲ ଜଜ୍ ବର୍ଗ-୨ରେ ଚେତନ ବଜାଡ(୨୬) ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ରେ ୧୩ତମ ରାଙ୍କ ହାସଲ କରିଛନ୍ତି। ନିଜର ସଫଳତା ନେଇ ଚେତନ କହିଛନ୍ତି, ମୋର ବାପା ଗୋବର୍ଦ୍ଧନଲାଲ ବଜାଡ ଇନ୍ଦୋର ଜିଲ୍ଲା ଅଦାଲତରେ ଡ୍ରାଇଭର ଅଛନ୍ତି। ମୋର ଜେଜେବାପା ହରିରାମ ବଜାଡ ଏହି କୋର୍ଟରେ ଚୌକିଦାର ପଦରୁ ଅବସର ନେଇଛନ୍ତି। ମୋର ବାପାଙ୍କର ସବୁବେଳେ ସ୍ବପ୍ନ ଥିଳା ତାଙ୍କର ୩ ପୁଅ ଭିତରୁ ଜଣେ ଜଜ୍ ହେଉ। ଶେଷର ମୁଁ ତାଙ୍କ ସ୍ବପ୍ନ ପୂରଣ କରି ପାରିଥିବାରୁ ଖୁବ୍ ଖୁସି ଲାଗୁଛି। ନିଜର ବାପାଙ୍କୁ ଆଦର୍ଶ ବୋଲି କହୁଥିବା ଚେତନ ଆଇନରେ ସ୍ନାତନ କରିଛନ୍ତି ଓ ସିଭିଲ ଜଜ୍ ବର୍ଗ-୨ରେ ପରୀକ୍ଷା ୪ର୍ଥ ଥରରେ ପାସ୍ କରିଛନ୍ତି। ଏକ ସାଧାରଣ ପରିବାରରୁ ଆସିଥିବା ଚେତନଙ୍କ ସଫଳତା ଏବେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛି। ଚେତନଙ୍କ ପରିବାର ଲୋକ ପୁଅର ଏହି ସଫଳତା ଦେଖି ଖୁବ୍ ଖୁସି ହୋଇପଡିଛନ୍ତି।

   ସମ୍ବନ୍ଧିତ ଖବର


ହିମାଳୟର ଉଚ୍ଚ ଚଟ୍ଟାଣରେ ‘ଭୀଷ୍ମ’ – ଚୀନକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତର ଟ୍ୟାଙ୍କ୍

କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା

କରୋନା ଭୂତାଣୁ ବିରୋଧରେ ଅତି ପ୍ରଭାବୀ ଆଣ୍ଟିବଡି ଠାବ କଲେ ଜର୍ମାନ୍‌ ବୈଜ୍ଞାନିକ

ଏବେ ଆଉ ପୁରୁଣା ମିଠା ବିକି ପାରିବେ ନାହିଁ ଦୋକାନୀ !୧ଅକ୍ଟୋବରରୁ ଗ୍ରାହକଙ୍କୁ ଏହି କଥା ଜଣାଇବେ ବ୍ୟବସାୟୀ