PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଦେଢମାସର ଶିଶୁ ପୁତ୍ରକୁ ହତ୍ୟା କଲା ପିତା

 ଭଦ୍ରକ ୯।୯- ନିଶାସକ୍ତ ବାପା ମାରି ଦେଲା ନିଜ ଦେଢ ମାସର ଶିଶୁ ପୁତ୍ରକୁ । ମଦ ପିଇ ପତ୍ନୀଙ୍କ ସହ ଝଗଡା ହେଲା , ଆଉ କୁନି ପୁଅକୁ ନେଇ ଘରର କବାଟ ବନ୍ଦ କରି ଶୋଇଲା । ଶିଶୁଟିକୁ କ୍ଷୀର ପେଇବା ପାଇଁ ମାଆ ଡାକିବାରୁ , ସତବେଳକୁ ପୁଅ ମରି ଯାଇଥିଲା । ଏମିତି ଦୁଖଦ ଘଟଣା ଘଟିଛି ଭଦ୍ରକ  ଗ୍ରାମାଂଚଳ ଥାନା ଗେଲଟିଆ ନ୍ୟୁ-କଲୋନିରେ । ତବେ ଶିଶୁ ପୁତ୍ର ମରିବାର ପନ୍ଦର ଦିନ ପରେ ଆଜି ତା ଶବକୁ ପୋଲିସ ମାଜଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ତଳୁ ଖୋଳି ବାହାର କରିଛି । ଅଭିଯୁକ୍ତ ବାପା ଟିକୁ ମୁଣ୍ଡାକୁ ପୋଲିସ ଗିରଫ କରିବା ଶିଶୁ ଶବର ଫୋରେନସିକ୍ ଟେଷ୍ଟ ପାଇଁ କଟକ ପଠାଯାଇଛି । 

ଭଦ୍ରକ ଗ୍ରାମାଂଚଳ ଥାନା ଗେଲଟିଆ ନ୍ୟୁ-କଲୋନୀ ଗାଁର ଟିକୁ ମୁଣ୍ଡା ସେଦିନ ମଦ ପିଇ ମାତାଲ ଅବସ୍ଥାରେ ଘରକୁ ଫେରିଥିଲା । ଆଉ କଥା କଥାକେ ନିଜ ପତ୍ନୀ ନନ୍ଦିନୀ ମୁଣ୍ଡା ସହ ଝଗଡା କରିଲା । ରାଗି ଯାଇ ନିଜ ଦେଢ ମାସର ଶିଶୁ ପୁତ୍ରକୁ ନେଇ ଶୋଇବା ଘରେ ଶୋଇଲା । ମଦ ଆଉ ନିଦ , ତାହାରି ଭିତରେ ଟିକୁ ମୁଣ୍ଡା ନବଜାତ ଶିଶୁ ପୁତ୍ର ଉପରେ ଗୋଡ ପକାଇ ଦେଇଛି । ଶିଶୁଟି ମରିଯିବା ପରେ , ଘର ପାଖରେ ଗାତ ଖୋଳି ପୋତି ପକାଇଲେ । 

ଏହି ଘଟଣା ଘଟିଥିଲା ଦୁଇ ସପ୍ତାହ ତଳେ । ତବେ ପୁଣି ଟିକୁ ମୁଣ୍ଡା ମଦ ପିଇ ଆସି ତା ସ୍ତ୍ରୀ ମାଡ ମାରିଲା । ଅତିଷ୍ଠ ହୋଇ ପତ୍ନୀ ନନ୍ଦିନୀ ଥାନାକୁ ଆସି ଅଭିଯୋଗ  କଲା । ଭଦ୍ରକ ଗ୍ରାମାଂଚଳ ଥାନା ପୋଲିସ ମାମଲା ରୁଜୁ କରି ମାଜିଷ୍ଟେଟ ଉପସ୍ଥିତିରେ ସାଇଂଟିଫିକ ଟିମ ଜରିଆରେ ଶବକୁ ମାଟି ତଳୁ ଉଦ୍ଧାର କରିଥିଲା । ତବେ ଶିଶୁର ଶବ ସଂପୂର୍ଣ ସଢି ଯାଇଥିଲା । ପୋରେନସିକ୍ ଟେଷ୍ଟପାଇଁ କଟକ ପଠାଇଛି ପୋଲିସ । 

ସେହି ମଦ ନିଶା , ମାଆ କୋଳରୁ ଛଡାଇ ନେଲା ପୁଅକୁ । ଅଭିଯୁକ୍ତ ଟିକୁ ପରୋକ୍ଷରେ ନିଜ ଦୋଷକୁ ବି ସ୍ବୀକାର କରୁଛି । ଦଫା ୩୦୨ରେ ପୋଲିସ ତାକୁ ଗିରଫ କରିଛି । 

ସମ୍ବନ୍ଧିତ ଖବର