ଚାଲାନ୍ କାଟିବା ଭୟରେ ନିଜ ନାବାଳକ ପୁଅକୁ ଘରେ ବାକ୍ସ ଭିତରେ ପୁରାଇ ରଖିଲେ ବାପା,ଘଟଣା ସମ୍ପର୍କରେ ଜାଣି ଚକିତ ହେଲା ପୋଲିସ

ଆଗ୍ରା,୮।୯: ନୂତନ ଟ୍ରିଫିକ ନିମୟରେ ସଂଶୋଧନ କରି ଏବେ ଜରିମନା  ଅର୍ଥ ଦୁଇଗୁଣା ଅଧିକ ବଢାଇ ଦିଆଯାଇଛି। ଯାହାଫଳରେ ଏବେ ଲୋକଙ୍କ ଭିତରେ ଏକ ଭୟସୃଷ୍ଟି ହୋଇଛି। ଏଭଳି ଏକ ଘଟଣାର ଉଦାହରଣ ହେଉଛନ୍ତି ଆଗ୍ରାର ଜଣେ ବ୍ୟକ୍ତି। ଏହି ବ୍ୟକ୍ତିଜଣକ ଜରିମନା ଦେବା ଭୟରେ ନିଜର ନାବାଳକ ପୁଅକୁ ଘର ଭିତରେ ବନ୍ଦ କରି ରଖିଦେଇଥିଲେ। ମାମଲାର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ପୋଲିସ ଏହି ନାବାଳକୁ ଉଦ୍ଧାର କରିଥିଲା।

ମିଳିଥିବା ସୂଚନା ଅନୁସାରେ ଏତମାଦୋଲାର ଶାହଦରାରେ ରହୁଥିବା ଧର୍ମ ସିଂହ ଦିନମଜୁରିଆ ଭାବରେ କାମ କରି ନିଜର ପରିବାରର ଭରଣପୋଣେ କରନ୍ତି। ଧର୍ମ ସିଂଙ୍କ ବଡ ପୁଅ ୧୬ ବର୍ଷର, କିନ୍ତୁ ସେ ଦୀର୍ଘ ଦିନ ଧରି ବାଇକ୍ ଚଲାଇବାର ଜିଦ କରୁଥିଲା। ଶେଷରେ ଧର୍ମ ସିଂ ପୁଅର ଜିଦ ଆଗରେ ହାର ମାନି ଫାଇନାନ୍ସରେ ଏକ ମୋଟର ସାଇକେଲ କିଣିକି ଦେଇଥିଲେ। ପୁଅ ମଧ୍ୟ ଖୁବ୍ ଖୁସି ହୋଇଯାଇଥିଲା ଓ ଘରର ବହୁ କାମ ମଧ୍ୟ ସହଜ ହୋଇଯାଇଥିଲା।

ତେବେ ଗାଡି କିଣିବାର ମାତ୍ର ଅଳ୍ପ କିଛି ଦିନ ପରେ ଲାଗୁ ହୋଇଯାଇଥିଲା ନୂଆ ଟ୍ରାଫିକ ନିୟମ। ଏହା ଅନୁସାରେ ଟ୍ରାଫିକ ନିୟମ ଭାଙ୍ଗିଲେ ଜରିମନା ଅର୍ଥ ଦୁଇଗୁଣା ବଢିଯାଇଛି। ଧର୍ମ ସିଂଙ୍କୁ ଯେତେବେଳେ ଏହି କଥା ଜଣାପଡିଥିଲା ସେ ପୁଅ ଡାକି ଚାବି ଛଡାଇ ନେଇଥିଲେ।  ପୁଅ ପାଖରେ ହେଲମେଟ୍, ଡ୍ରାଇଭିଂ ଲାଇସେନ୍ସ ନଥିଲା, ସବୁଠାରୁ ବଡ କଥା ହେଉଛି ପୁଅ ମଧ୍ୟ ନାବାଳକ ଥିଲା।

ଦୁଇ ଦିନ ପର୍ଯ୍ୟନ୍ତ ଯେତେବେଳେ ବାଇକ୍ ଚାବି ମିଳିନଥିଲା ପୁଅ ପୁଣିଇରେ ଜିଦ କରିଥିଲା। ଧର୍ମ ସିଂ ଗତ ଶୁକ୍ରବାର ରାତିରେ ଘର ପାଖରେ ଥିବା ଗଣେଶ ପେଣ୍ଡାଲରୁ ପୁଅକୁ ଧରିବା ପରେ ତା’ର ଗୋଡ-ହାତ ରଶିରେ ବାନ୍ଧି ଦେଇଥିଲେ। ଏହାପରେ ଘରକୁ ଆଣି ଏକ ବଡ ବାକ୍ସ ଭିତରେ ପୁରାଇକି ରଖି ଦେଇଥିଲେ। ତେବେ ଧର୍ମ ସିଂଙ୍କ ପୁଅ ନିଜର ସାଙ୍ଗଙ୍କୁ ଫୋନ କରି ଘର ଭିତରେ ବନ୍ଦ ଥିବା ନେଇ ସୂଚନା ଦେଇଥିଲା। ସାଙ୍ଗମାନେ ପୋଲିସ ନିକଟରେ ଘଟଣା ସମ୍ପର୍କରେ ଜଣାଇବା ପରେ ନାବାଳକ ଜଣକ ଉଦ୍ଧାର ହୋଇଥିଲା। ଏହାପରେ ବାପା-ପୁଅଙ୍କୁ ସାଙ୍ଗରେ ନେଇ ପୋଲିସ ସିଟି ଏସପିଙ୍କ ନିକଟରେ ହାଜର କରିଥିଲା। ତେବେ ଏସପି ଏହି ସମୟରେ ନାବାଳକୁ ଟ୍ରାଫିକ ନିମୟକୁ ମାନି ଏବେ ଗାଡି ନଚଳାଇବାକୁ ବୁଝାଇଥିଲେ।

   ସମ୍ବନ୍ଧିତ ଖବର


୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ